ଆଇପିଏଲ୍ : ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ଅଭିଯାନ ଆରମ୍ଭ କରିଛି ।

ଆଜି  ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇ କେକେଆରକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା ହାଇଦ୍ରାବାଦ୍। ଏହାପରେ ନିର୍ଦ୍ଧାରିତ ୨୦ ଓଭରରେ କେକେଆର ୬ ଉଇକେଟ୍ ହରାଇ ୧୮୭ ରନ୍ କରିଥିଲା। ୧୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୫ ଉଇକେଟ୍ ହରାଇ ୧୭୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ବ୍ୟାଟିଂ ଆରମ୍ଭ କରିବା ପରେ ଦୁଇ ଓପନର ରିଦ୍ଧିମାନ୍ ଶାହା ଓ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଯଥାକ୍ରମେ ୭ ଓ ୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ମନୀଷ ପାଣ୍ଡେ ( ୬୧ ଅପରାଜିତ)  ଓ ଜନି ବେୟାରଷ୍ଟୋ (୪୦ ବଲରୁ ୫୫ ରନ୍)  କ୍ରିଜରେ ରହି ଦଳର ବ୍ୟାଟିଂ ସମ୍ଭାଳି ଥିଲେ। ବେୟାରଷ୍ଟୋ ଆଉଟ୍ ହେବା ପରେ ମହମ୍ମଦ ନବୀ(୧୪), ବିଜୟ ଶଙ୍କର( ୧୧) ବ୍ୟାଟିଂ କରିବାକୁ ଆସି ସହଳ ବିଦାୟ ନେଇଥିଲେ। ଏହାପରେ ଅବ୍ଦୁଲ୍ ସମଦ ( ୮ବଲରେ ୧୯ ରନ୍) ଆସି ବଡ଼ ସଟ୍ ଜରିଆରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରିଥିଲେ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଟସ ଜିତି  କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । କୋଲକାତା ଦଳ ପ୍ରାରମ୍ଭରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା । ଦଳର ଓପନର ନୀତିଶ ରାଣା ସର୍ବାଧିକ ୮୦ ରନ କରିଥିବାବେଳେ ୩ ନମ୍ବରରେ ଆସିଥିବା ରାହୁଲ ତ୍ରିପାଠୀ ୫୩ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳୀୟ ସ୍କୋର ଗତି ଟିକିଏ ଧିମେଇ ଯାଇଥିଲା । କିନ୍ତୁ ଦିନେଶ କାର୍ତ୍ତିକ ମାତ୍ର ୯ ଟି ବଲରେ ୨୨ ରନ କରି ଦଳୀୟ ସ୍କୋରକୁ ୨୦ ଓଭରରେ ୧୮୭ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ହାଇଦ୍ରାବାଦ ପକ୍ଷରୁ ଦୁଇ ଆଫଗାନ ବୋଲର ରସିଦ ଓ ନବୀ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର