କାନ୍ଦୁଛି କୋଲ୍‌କାତା

କୋଲକାତା: କିଂବଦନ୍ତି ଫୁଟବଲ୍ ତାରକା ମାରାଡୋନାଙ୍କ ଭାରତୀୟ ପ୍ରଶଂସକ ଗୁରୁବାର ତାଙ୍କୁ ଲୋତକଭରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବିଶେଷ କରି ଦେଶର ଫୁଟବଲ୍ ରାଜଧାନୀ କୋଲକାତା ତାଙ୍କ ଆବର୍ତ୍ତମାନରେ ଯେମିତି ପୂରା ଭାଙ୍ଗି ପଡ଼ିଛି। ଏଠାକାର ଫୁଟବଲ୍‌ପ୍ରେମୀ ଘୁମୁରି ଘୁମୁରି କାନ୍ଦୁଛନ୍ତି। ମାରାଡୋନା ତାଙ୍କ ଘଟଣା ବହୁଳ ଜୀବନ ଭିତରେ ଦୁଇ ଥର ଭାରତ ଆସିଥିଲା ବେଳେ କୋଲକାତାକୁ ହିଁ ନିଜ କର୍ମସ୍ଥଳୀ ଭାବେ ବାଛିଥିଲେ। ୨୦୧୭ ମସିହାରେ ତାଙ୍କ ଦ୍ବିତୀୟ ଭାରତ ଗସ୍ତରେ ହିଁ କୋଲକାତାରେ ମାରାଡୋନାଙ୍କର ୧୨ ଫୁଟ ଉଚ୍ଚର କାଂସ୍ୟ ପ୍ରତିମୂର୍ତ୍ତିକୁ ସେ ନିଜେ ଉନ୍ମୋଚନ କରିଥିଲେ। ଗୁରୁବାର ଏହି କାଂସ୍ୟ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ହଜାର ହଜାର କୋଲକାତା ଫୁଟବଲ୍‌ପ୍ରେମୀ ତାଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ। ମାରାଡୋନାଙ୍କ ପୂର୍ବରୁ କୋଲକାତା ମୁଖ୍ୟତଃ ବ୍ରାଜିଲ ଫୁଟବଲ୍ ଦଳକୁ ସମର୍ଥନ କରୁଥିଲା। ତାଙ୍କ ଅଭ୍ୟୁଦୟ ପରେ କିନ୍ତୁ ଏଠାରେ ଅନେକ ଆର୍ଜେଣ୍ଟିନା ପ୍ରଶଂସକ ସୃଷ୍ଟି ହୋଇଥିଲେ। ଆର୍ଜେଣ୍ଟିନା ଦଳକୁ ଭଲ ପାଇବା ସେ ହିଁ ଶିଖାଇଥିଲେ ବୋଲି ଭାବବିହ୍ବଳ ଭାବେ ତାଙ୍କର ଜଣେ ବୟୋବୃଦ୍ଧ ପ୍ରଶଂସକ କହିଥିଲେ।

ସମ୍ବନ୍ଧିତ ଖବର