ଆଇପିଏଲ : ଦିଲ୍ଲୀକୁ ୩ ଓ୍ବିକେଟରେ ହରାଇଲା କୋଲକାତା

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  ୩ ଓ୍ବିକେଟରେ ବିଜୟୀ ହୋଇଛି ।

ଆଜି କୋଲକତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦିଲ୍ଲୀ ଏକ ବଡ଼ ସ୍କୋର କରିପାରିନଥିଲା ।  ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୭  ରନ କରିଥିଲା । ୧୨୮ରନର ଏକ ଛୋଟିଆ ଲକ୍ଷ୍ୟର ପିଛା କରିବାକୁ ଯାଇ କୋଲକତାର ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରି ୧୯ ତମ ଓଭରରେ ବିଜୟ ହାସଲ କରିନେଇଥିଲେ । ଦଳ ପକ୍ଷରୁ ନିତିଶ ରାଣା ୩୬, ଶୁଭମନ ଗିଲ ୩୦ ରନ ଓ ସୁନୀଲ ନାରିନ ୨୩ ରନ କରିଥିଲେ ।

ଏହି ବିଜୟ ସହ କୋଲକତା ୧୧ ମ୍ୟାଚରୁ ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ।  ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ ମ୍ୟାଚ ଖେଳି ୮ ବିଜୟ, ୩ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର