ଆଇପିଏଲ : ରାଜସ୍ଥାନକୁ ୭ ଓ୍ବିକେଟରେ ହରାଇଲା କୋଲକାତା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ ରାଜସ୍ଥାନକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୫୩ରନର ଲକ୍ଷ୍ୟକୁ କୋଲକାତା ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । କୋଲକାତା ପକ୍ଷରୁ ନିତିଶ ରାଣା ଓ ରିଙ୍କୁ ସିଂ ଯଥାକ୍ରମେ ୪୮ ରନ ଓ ୪୨ରନ କରି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶ୍ରେୟସ ଆୟର ୩୪ ରନ କରିଥିଲେ ।

ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଦେବୀଦତ୍ତ ପଡିକ୍କଲଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ତେବେ ଜସ ବଟଲର ଓ ଅଧିନାୟକ ସଂଜୁ ସାମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାତ୍ର ତାରକା ବ୍ୟାଟ୍ସମ୍ୟାନ ଜସ ବଟଲର ମାତ୍ର ୨୨ ରନରେ ଆଉଟ୍ ହେବା ପରେ ଦଳର ରନଗତି ଧୀମେଇ ଯାଇଥିଲା । ସାମସନ ୫୪ ରନ କରିଥିବାବେଳେ ସିମରନ ହେଟମେୟର ୨୭ ରନ କରିଥିଲେ । କରୁନ ନାୟାର ୧୩ ରନ ଓ ରିଆନ ପରାଗ ୧୯ ରନ କରିଥିଲେ ।

ସମ୍ବନ୍ଧିତ ଖବର