ଆଇପିଏଲ-୧୩: ସନରାଇଜର୍ସ ହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ : ଆଜି ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୦୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ଫିଲଡିଂ କରିଥିବା କେକେଆର ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮ ଓଭରରେ ମାତ୍ର ୩ ୱିକେଟ ହରାଇ ୧୪୫ ରନ୍‌ ସଂଗ୍ରହ କରି ଅତି ସହଜରେ ଏହି ମ୍ୟାଚକୁ ଜିତି ନେଇଛି ।

କୋଲକାତା ପକ୍ଷରୁ ନୀତିଶ ରାଣା ୧୩ ବଲ ଖେଳି ୨୬ ରନ୍‌, ଶୁଭମନ ଗିଲ ୬୨ ବଲ ଖେଳି ୭୦ ରନ୍‌ କରିଥିବା ବେଳେ ଇ ଏନ୍ ମୋର୍ଗାନ୍ ୨୯ ବଲ ଖେଳି ୪୨ ରନ୍‌ କରିଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ, ଟି ନଟରାଜନ୍ ଓ ରସିଦ ଖାନ .ଗୋଟିଏ ଲେଖାଏଁ  ୱିକେଟ ନେଇଛନ୍ତି । ଏହି ବିଜୟ ସହ କୋଲକାତା ଚଳିତ ଟୁର୍ଣ୍ଣାମେଣ୍ଟରେ ତାର ପ୍ରଥମ ବିଜୟ ହାସଲ କରି ପଏଣ୍ଟ ଖାତାରେ ୨ଅଙ୍କ ସଂଗ୍ରହ କରିଛି । ଅନ୍ୟପଟେ ହାଇଦ୍ରାବାଦ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପ୍ରଥମ ମ୍ୟାଚ ହାରିଥିବା ବେଳେ ଏହି ମ୍ୟାଚ କଲୋକାତା ଠାରୁ ହାରି ନିଜର ପଏଣ୍ଟ ଖାତା ଖୋଲିପାରିନାହିଁ ।

ପୂବର୍ରୁ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ନର ଓ ଜନି ବେୟାରଷ୍ଟୋ ସତର୍କତାର ସହ ଓପନିଂ ଆରମ୍ଭ କରିଥିଲେ । ତେବେ ବେୟାରଷ୍ଟୋ ମାତ୍ର ୫ରନ କରି ଆଉଟ ହେବା ପରେ ୱାର୍ନର ମନିଷ ପାଣ୍ଡେଙ୍କ ମିଶି ଦଳୀୟ ସ୍କୋରକୁ ଆଗେଇନେଇଥିଲେ । ୱାର୍ନର ୩୬ ରନ କରି ଆଉଟ ହୋଇଥିବାବେଳେ ମନିଷ ୫୧ ରନ କରିଥିଲେ । ୱାର୍ନର ଚକ୍ରବର୍ତ୍ତିଙ୍କ ବଲରେ ଆଉଟ ହୋଇଥିବାବେଳେ ମନିଷଙ୍କୁ ରସେଲ ଆଉଟ କରିଥିଲେ । ୪ର୍ଥ ସ୍ଥାନରେ ଆସିଥିବା ରିଦ୍ଧିମାନ ଶାହା ୩୦ ରନ କରି ରନଆଉଟ ହୋଇଥିଲେ । ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ କରିପାରିଥିଲା ।

ସମ୍ବନ୍ଧିତ ଖବର