ନୂଆଦିଲ୍ଲୀ : ଶାରଜା କ୍ରିକେଟ୍ ଷ୍ଟାଡିୟମ୍‌ରେ ଆଇପିଏଲ ୨୦୨୧ର ୫୪ତମ ମ୍ୟାଚରେ କୋଲକାତା ରାଜସ୍ଥାନକୁ ୮୬ ରନ୍‌ରେ ପରାସ୍ତ କରିଛି । ଏଥିସହ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛି।  ପ୍ରଥମ ପାଳିରେ କୋଲକାତା ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୧୬.୧ ଓଭର‌ରେ ସମସ୍ତ ୱିକେଟ ହରାଇ ୮୫ ରନ୍‌ କରି ପରାସ୍ତ ‌ହୋଇଛି । ରାଜସ୍ଥାନ ପକ୍ଷରୁ ରାହୁଲ ତେୱତିଆ ୩୬ ବଲରେ ୪୪ ରନ୍‌ କରିଥିବା ବେଳେ ଶିବମ୍ ଦୁବେ ୨୦ ବଲରେ ୧୮ ରନ୍‌ କରିଥିଲେ । ଅନ୍ୟପଟେ ଦଳର ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଯାହା ଫଳରେ ରାଜସ୍ଥାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

Advertisment

ଦ୍ବିତୀୟ ପାଳିରେ କୋଲକାତାର ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା । କୋଲକାତା ପକ୍ଷରୁ ଶିବମ୍ ମାଭି ୪ଟି ୱିକେଟ ନେଇଥିବା ବେଳେ ଲକି ଫର୍ଗୁସନ୍ ୩ଟି ୱିକେଟ ଓ ଶାକିବ ଅଲ ହାସନ, ବରୁଣ ଚକ୍ରବର୍ତ୍ତୀ ୧-୧ ୱିକେଟ ନେଇଥିଲେ । ଫଳରେ କୋଲକାତା ଏହି ମ୍ୟାଚକୁ ୮୬ ରନ୍‌ରେ ଜିତି ନେଇଥିଲା । ଏହି ବିଜୟ ସହ କୋଲକାତା ୧୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୪ର୍ଥରେ ରହିଛି, ଏବଂ ନିଜର ରନ୍‌ରେଟକୁ ମଧ୍ୟ ସୃଦୁଢ କରିଛି । ଯାହା ଫଳରେ ପ୍ଳେ ଅଫକୁ ଯିବା ପାଇଁ ନିଜର ସ୍ଥାନକୁ ଏକ ପ୍ରକାର ପକ୍କା କରିଛି ।