ପୁଣି ଅସୁବିଧାରେ ପଡ଼ିଲେ ସାମି, କୋଲକାତା ପୁଲିସ ଦାଖଲ କଲା ଚାର୍ଜସିଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବଲର ମହମ୍ମଦ ସାମି ବିରୋଧରେ କୋଲକତା ପୁଲିସ ଚାର୍ଜସିଟ ଦାଖଲ କରିଛି। କୋଲକାତା ପୁଲିସ ସାମି ଓ ତାଙ୍କ ଭାଇ ବିରୋଧରେ ତାଙ୍କ ପତ୍ନୀ ହାସିନ ଜହାଁ ଦ୍ୱାରା ଦାଖଲ କରିଥିବା ଏକ ମାମଲା ଆଧାରରେ ଚାର୍ଜସିଟ ଦାଖଲ କରିଛି। ସାମି ବିରୋଧରେ ଆଇପିସି ଧାରା ୪୯୮ଏ ଓ ଧାରା ୩୫୪ ଏବଂ ତାଙ୍କ ଭାଇ ବିରୋଧରେ ଧାରା ୩୫୪ ଆଧାରରେ ମାମଲା ରୁଜୁ କରାଯାଇଛି।

ଗତବର୍ଷ ହାସିନ ଜହାଁ ନିଜର ସ୍ୱାମୀ ତଥା କ୍ରିକେଟର ମହମ୍ମଦ ସାମି ବିରୋଧରେ ଶାରୀରିକ ନିର୍ଯାତନା ଓ ପ୍ରତାରଣ କରିବା ନେଇ ଅଭିଯୋଗ ଆଣିଥିଲେ। କେବଳ ଏତିକି ନୁହେଁ ସ୍ୱାମୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ହାସିନ୍‌ ଫେସ୍‌ବୁକ୍‌ରେ ବି ପୋଷ୍ଟ କରିଥିଲେ। ହାସିନ୍‌ ସ୍ୱାମୀଙ୍କ ହ୍ଵାଟସ୍‌ଆପ୍‌ର ସ୍କ୍ରିନ୍‌ସଟ୍‌ ବି ସେୟାର କରିଥିଲେ।

ହାସିନ୍‌ଙ୍କ ଦାବି ଥିଲା କି ତାଙ୍କ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କରେ ଥିଲେ। ସେ ଅନ୍ୟ ଯୁବତୀଙ୍କ ସହିତ କଥାବାର୍ତ୍ତା ହେବାକୁ ମନା କରିବାରୁ ସ୍ୱାମୀ ତାଙ୍କୁ ମାରପିଟ କରିବା ଆରମ୍ଭ କରି ଦେଉଥିଲେ। ଅନେକ ଦିନ ହେବ ସେ ଏପରି ନିର୍ଯାତନା ସହିତ ଆସୁଥିଲେ।

ତେବେ ହାସିନ୍‌ଙ୍କ ଏହି ଅଭିଯୋଗ ପରେ ସାମିଙ୍କ ଆଇପିଏଲ ଖେଳିବା ଉପରେ ଅଙ୍କୁଶ ଲଗା ଯାଇଥିଲା। ପରେ ବିସିସିଆଇ ଯାଞ୍ଚ ପରେ ସାମିଙ୍କୁ କ୍ଲିନ୍‌ଚିଟ ମିଳିବା ପର ସେ ପୁଣି କ୍ରିକେଟ ଖେଳିବାକୁ ଲାଗିଥିଲେ।

 

ସମ୍ବନ୍ଧିତ ଖବର