ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୪ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କିଙ୍ଗସ ଇଲେଭେନ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ତେବେ ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳୀୟ ସ୍କୋର ୧୨ ରନ ହୋଇଥିବାବେଳେ ରାହୁଲ ତ୍ରିପାଠୀ ମାତ୍ର ୪ ରନ  କରି ଆଉଟ ହୋଇଥିଲେ । ସେହିପରି ଦଳୀୟ ସ୍କୋର ୧୪ ହୋଇଥିବାବେଳେ ନିତିଶ ରାଣା ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଶୁଭମାନ ଗିଲ ଓ ଇଅନ ମୋର୍ଗାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଶୁଭମାନ ଗିଲ ୫୭ ରନ କରିଥିଲେ । ଅଧିନାୟକ ଦିନେଶ କାର୍ତ୍ତିକ ମାତ୍ର ୨୯ ବଲରୁ ୫୮ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଥିଲେ । ଏହାଫଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ କରିଥିଲା ।

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ କୋଲକତା ଦଳ ୫ଟି ମ୍ୟାଚ ଖେଳି ୩ ବିଜୟ ୨ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ମାତ୍ର ପଞ୍ଜାବ ଏପର୍ଯ୍ୟନ୍ତ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପଞ୍ଜାବ ୫ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

ସମ୍ବନ୍ଧିତ ଖବର