ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ ରାଇଡର୍ସ ।
ଆଜି ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଟସ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । କୋଲକତା ଦଳ ପ୍ରାରମ୍ଭରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା । ଦଳର ଓପନର ନୀତିଶ ରାଣା ସର୍ବାଧିକ ୮୩ ରନ କରିଥିବାବେଳେ ୩ ନମ୍ବରରେ ଆସିଥିବା ରାହୁଲ ତ୍ରିପାଠୀ ୫୩ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳୀୟ ସ୍କୋର ଗତି ଟିକିଏ ଧିମେଇ ଯାଇଥିଲା । କିନ୍ତୁ ଦିନେଶ କାର୍ତ୍ତିକ ମାତ୍ର ୯ ଟି ବଲରେ ୨୨ ରନ କରି ଦଳୀୟ ସ୍କୋରକୁ ୨୦ ଓଭରରେ ୧୮୭ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।
ହାଇଦ୍ରାବାଦ ପକ୍ଷରୁ ଦୁଇ ଆଫଗାନ ବୋଲର ରସିଦ ଓ ନବି ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Eys_42lVgAI7adH.jpg)