ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟରାଇଡର୍ସ ।
ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ରନ କରିଥିଲା । ଦଳ ପକ୍ଷରୁ ଜାସନ ରଏ ୫୬ରନ କରିଥିବାବେଳେ ନିତିଶ ରାଣା ୪୮ରନ କରିଥିଲେ । ସେହିପରି ଭେଙ୍କଟେଶ ଆୟର ୩୧ରନ ଓ ଏନ.ଜଗଦୀଶନ ୨୭ରନ କରିଥିଲେ । ରିଙ୍କୁ ସିଂ ଅପରାଜିତ ୧୮ରନ କରିଥିଲେ ।
ବାଙ୍ଗାଲୋର ପକ୍ଷରୁ ବିଜୟ କୁମାର ବୈଶକ ଓ ଓ୍ବାନିଣ୍ଡୁ ହସରଙ୍ଗା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ ।
ଚଳିତ ଆଇପିଏଲରେ କୋଲକାତାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୭ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଛି ଓ ୪ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ବାଙ୍ଗାଲୋର ୭ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରି ୮ ପଏଣ୍ଟ ପାଇଛି ।