କୋଲକାତା: କୋଲକାତାର ଇଡେନ ଗାର୍ଡେନ ଠାରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ତିନିି ଟେଷ୍ଟ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ର ଦ୍ୱିତୀୟ ପାଳିରେ ଶିଖର ଧାଓ୍ଵନ (୯୪ ରନ) ଓ ଲୋକେଶ ରାହୁଲ (୭୯) ଶତକ ଅର୍ଜନରୁ ବଞ୍ଚିିତ ହେବା ପରେ ଶେଷରେ ଭାରତର ଅଧିନାୟକ ବିରାଟ କୋହଲି ଛକା ମାରି ଶତକ ଅର୍ଜନ କରିଛନ୍ତି। କୋହଲି ୧୧୯ ବଲ ଖେଳି ୧୨ଟି ଚୌକା, ୨ଟି ଛକା ସହିତ ୧୦୪ ରନ୍ କରି ଅପରାଜିତ ରହିଛନ୍ତି। ଶତକ ହାସଲ ପରେ କୋହଲି ଭାରତୀୟ ପାଳି ଘୋଷଣା କରିବା ସହିତ ଆଜି ମ୍ୟାଚ୍ର ଶେଷ ଦିବସରେ ଶ୍ରୀଲଙ୍କା ସମ୍ମୁଖରେ ସର୍ବାଧିକ ୪୯ ଓଭରରେ ୨୩୧ରନର ବିଜୟ ଳକ୍ଷ୍ୟ ଦେଇଛନ୍ତି ।
ଭାରତ ତାର ଦ୍ୱିତୀୟ ପାଳିର ଅସମାପ୍ତ ଖେଳ ଆଜି ସକାଳେ ଆରମ୍ଭ କରିଥିଲା। ଲୋକେଶ ରାହୁଲ ସକାଳେ ୭୯ ରନ୍ କରି ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ କୋହଲି। ଅତ୍ୟନ୍ତ ଧର୍ଯ୍ୟର ସହିତ ଖେଳି ଶ୍ରୀ କୋହଲି ଶତକ ଅର୍ଜନ କରିବା ସହିତ ଭାରତର ସ୍କୋର ୩୫୨/୮ ରନ୍ରେ ପାଳି ଘୋଷଣା କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ପାଳିରେ ଲକମଲ ଓ ଶନକ ୩ଟି ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିବା ବେଳେ ପେରେରା ଓ ଗୁମେଜ ଗୋଟିଏ ଲେଖାଏଁ ଓ୍ଵିକେଟ୍ ହାସଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Kohli_Test_2.jpg)