ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୧ ରନରେ ପରାସ୍ତ କରିଛି କୋଲାକାତା ନାଇଟ ରାଇଡର୍ସ। କୋଲକାତାର ୨୦୧ ରନ୍ର ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ୮ ୱିକେଟରେ ୧୭୯ ରନ କରିବାକୁ ସକ୍ଷମ ହୋଇଛି। ଦ୍ବିତୀୟ ପାଳିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ଫାପ ଡୁପ୍ଲେସିସ ପାଳି ଆରମ୍ଭ କରିଥିଲେ। ବିରାଟ କୋହଲି ୫୪ ରନ କରିଥିବାବେଳେ ଫାପ ଡୁପ୍ଲେସିସ ୧୭ ରନକରି ଆଉଟ ହୋଇଯାଇଥିଲେ। ଶହବାଜ ଅହମ୍ମଦ ୨ ରନ କରିଥିବାବେଳେ ଗ୍ଲେନ ମାକ୍ସୱେଲ ୫ ରନ, ମହିପାଲ ଲୋମରର ୩୪, ଦିନେଶ କାର୍ତ୍ତିକ ୨୨ ରନ୍, ସୁୟାସ ପ୍ରଭୁଦେଶାଇ ୧୦, ୱାନିନ୍ଦୁ ହାସରଙ୍ଗା ୫ ରନ କରିଥିଲେ। ଡାଭିଡ ୱିଲେ ୧୧ ଓ ବିଜୟ କୁମାର ବୈଶକ ୧୩ ରନ କରି ନଟଆଉଟ ଥିଲେ। କୋଲକାତା ପକ୍ଷରୁ ରସେଲ ୨ଟି, ସୁୟାସ ଗୋଟିଏ ଏବଂ ବରୁଣ ଚକ୍ରବର୍ତ୍ତୀ ୩ଟି ୱିକେଟ ନେଇଥିଲେ।
ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ରନ କରିଥିଲା । ଦଳ ପକ୍ଷରୁ ଜାସନ ରଏ ୫୬ରନ କରିଥିବାବେଳେ ନିତିଶ ରାଣା ୪୮ରନ କରିଥିଲେ । ସେହିପରି ଭେଙ୍କଟେଶ ଆୟର ୩୧ରନ ଓ ଏନ.ଜଗଦୀଶନ ୨୭ରନ କରିଥିଲେ । ରିଙ୍କୁ ସିଂ ଅପରାଜିତ ୧୮ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ବିଜୟ କୁମାର ବୈଶକ ଓ ଓ୍ବାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ କୋଲକାତାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୭ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଛି ଓ ୪ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ବାଙ୍ଗାଲୋର ୭ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରି ୮ ପଏଣ୍ଟ ପାଇଛି ।