ହାଇଦ୍ରାବାଦକୁ ୫ ୱିକେଟରେ ହରାଇଲା କୋଲକତା

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ କୋଲକତା ନାଇଟରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି । ହାଇଦ୍ରାବାଦର ୧୭୩ ରନ ଲକ୍ଷ୍ୟକୁ କୋଲକତା ୧୯.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା । କୋଲକତା ପକ୍ଷରୁ କ୍ରିସ ଲିନ ୫୫ ରନ ଓ ରବିନ ଉଥªା ୪୫ ରନ କରିଥିଲେ ।
ଉଭୟ ଦଳ ଚଳିତ ବର୍ଷର ଆଇପିଏଲରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଉପରେ ରହିଛନ୍ତି ଓ ପ୍ଲେ-ଅପ ଖେଳିବା ଏକ ପ୍ରକାରେ ନିଶ୍ଚିତ କରିଛନ୍ତି । ଆଜିର ବିଜୟ ସହ କୋଲକତାର ମୋଟ ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିଛି ।
ଆଜି ହାଇଦ୍ରାବାଦ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଶିଖର ଧୱନ ଓ ଶ୍ରୀବତ୍ସ ଗୋସ୍‌ାମୀ ଦଳକୁ ଏକ ଦୃଢ ଆରମ୍ଭ ଦେଇଥିଲେ । ଧୱନ ୩୯ ବଲରେ ୫୦ ରନ ଓ ଗୋସ୍‌ାମୀ ୨୬ ବଲରେ ୩୫ ରନ କରିଥିଲେ । ତାଙ୍କ ପରେ ଆସିଥିବା ବ୍ୟାଟ୍ସମ୍ୟାନ କେନ ଓ୍‌ିଲିୟମ୍ସ ଓ ମନିଷ ପାଣ୍ଡେ ଯଥାକ୍ରମେ ୩୬ ଓ ୨୫ ରନ କରିଥିଲେ । ତେବେ ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ଉପଯୁକ୍ତ ଯୋଗଦାନ ଦେଇପାରିନଥିଲେ
ସମ୍ବନ୍ଧିତ ଖବର