ରାଜସ୍ଥାନକୁ ୬ ୱିକେଟରେ ହରାଇଲା କୋଲକତା

କୋଲକତା : ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୯ତମ ଲିଗ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି । ଦଳ ପକ୍ଷରୁ କ୍ରିସ ଲିନ ସର୍ବାଧିକ ୪୫ ରନ, ଅଧିନାୟକ ଦିନେଶ କାର୍ତ୍ତିକ ୪୧ ରନ କରି ଦଳକୁ ସହଜ ବିଜୟ ଦେଇଥିଲେ ।
ଏହାପୂର୍ବରୁ କୋଲକତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜସ୍ଥାନ ର ଦୁଇ ଓପନର ଜସ ବଟଲର ଓ ରାହୁଲ ତ୍ରିପାଠୀ ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦୁହେଁ ପ୍ରଥମ ଓ୍‌ିକେଟରେ ୬୩ ରନ ଯୋଡିବା ପରେ ପ୍ରଥମ ରାହୁଲ ତ୍ରିପାଠୀ ୨୭ ରନରେ ହରାଇବା ପରେ ତାପରେ ଅଜିଙ୍କ୍ୟ ରାହାଣେ ଓ ତାପରେ ବଟଲର (୩୯ ରନ) ଆଉଟ ହୋଇଥିଲେ । ଶେଷ ବେଳକୁ ଜୟଦେବ ଉନାଡକଟ ( ୨୬ ରନ) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସ୍କୋର କରିପାରିଥିଲେ ଓ ଦଳ ୧୯ ଓଭରରେ ୧୪୨ରନରେ ଅଲଆଉଟ ହୋଇଯାଇଥିଲା । କୋଲକତା ତରଫରୁ କୁଲଦୀପ ଯାଦବ ୪ଟି ୱିକେଟ ନେଇଥିଲେ ।
ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳି ୬ ବିଜୟ ଓ ୭ ପରାଜୟ ସହ ୧୨ ପଏଣ୍ଟ ପାଇଛି । ସେହିପରି କୋଲକତା ମଧ୍ୟ ୧୩ଟି ମ୍ୟାଚ ଖେଳି ୭ ବିଜୟ ଓ ୬ ପରାଜୟ ସହ ୧୪ ପଏଣ୍ଟ ପାଇଛି ।
ସମ୍ବନ୍ଧିତ ଖବର