ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି କିଙ୍ଗସ ଇଲେଭେନ ପଂଜାବ ଓ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୦ର ୨୪ ତମ ମ୍ୟାଚ ଖେଳାଯାଉଛି । ଏଥିରେ କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ କୋଲକାତା ଦଳ ୫ଟି ମ୍ୟାଚ ଖେଳି ୩ ବିଜୟ ୨ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ମାତ୍ର ପଞ୍ଜାବ ଏପର୍ଯ୍ୟନ୍ତ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପଞ୍ଜାବ ୫ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

ଗତକାଲିର ମ୍ୟାଚରେ ଦିଲ୍ଲୀ ରାଜସ୍ଥାନକୁ ୪୬ ରନରେ ପରାସ୍ତ କରିଥିଲା । ଏହି ବିଜୟ ଫଳରେ ଦିଲ୍ଲୀ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଓ ମୁମ୍ବାଇ ଇଣ୍ଡିଆନ୍ସ ୨ୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର