ଆବୁଧାବି : ଆବୁଧାବି (ୟୁଏଇ)ର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।
କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ । ଗତ କାଲି ଦିନେଶ କାର୍ତ୍ତିକ ନିଜର ବ୍ୟାଟିଂ ଉପରେ ଅଧିକ ମନୋନିବେଶ କରିବାକୁ ଅଧିନାୟକ ପଦ ଛାଡ଼ିବା ପରେ ମୋର୍ଗାନଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/K-1.jpg)