ଆଇପିଏଲ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା, ବ୍ୟାଟିଂ କରିବ ମୁମ୍ବାଇ

ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୩୪ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।

ଆଜିର ପିଚ୍ ସ୍ପିନ ବୋଲିଂକୁ ସୁହାଇବାର ସମ୍ଭାବନା ଥିବାର କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ମନେ କରାଯାଉଛି । ଦ୍ବିତୀୟ ଇନିଂସ ବେଳକୁ ପିଚ୍ ବ୍ୟାଟିଂ ପାଇଁ ସହଜ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଚଳିତ ଆଇପିଏଲରେ ମୁମ୍ବାଇ ୮ଟି ମ୍ୟାଚ ଖେଳି ୪ ବିଜୟ ୪ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ତେବେ ଗତ ସୋମବାର ହୋଇଥିବା ମ୍ୟାଚରେ ବାଙ୍ଗାଲୋର ବିପକ୍ଷରେ ବିପୁଳ ବିଜୟ ସହ କୋଲକାତାର ମନୋବଳ ଉଚ୍ଚ ରହିଛି । ଏହି ମ୍ୟାଚରେ କୋଲକାତା ୯ ଓ୍ବିକେଟରେ ବିଜୟୀ ହୋଇଥିଲା ।

ସମ୍ବନ୍ଧିତ ଖବର