ଆଇପିଏଲ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୦ର ୧୬ତମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଇପିଏଲରେ ଏପର୍ଯ୍ୟନ୍ତ କୋଲକାତା ଦଳ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି । ଏହି ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର