ଆଇପିଏଲ : ଟସ ଜିତିଲା କୋଲକାତା, ପ୍ରଥମେ ବୋଲିଂ କରିବ

ସାରଜା : ଆଜି ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୨ୟ କ୍ବାଲିଫାୟାର ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଚେନ୍ନାଇକୁ ଭେଟିବ ।

ଆଜିର ମ୍ୟାଚରେ ଦିଲ୍ଲୀ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଟମ କୁରାନଙ୍କ ସ୍ଥାନରେ ଷ୍ଟୋଇନିସଙ୍କୁ ଖେଳାଯାଉଛି । ତେବେ କୋଲକାତା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠାରୁ ହାରିଥିଲା ଦିଲ୍ଲୀ । ଅନ୍ୟପକ୍ଷରେ ଏଲିମିନେଟରରେ କୋଲକାତା ବାଙ୍ଗାଲୋରକୁ ହରାଇଥିଲା ।

ସମ୍ବନ୍ଧିତ ଖବର