କୋପା ଆମେରିକା ସେମିରେ ଆର୍ଜେଣ୍ଟିନା, ଚିଲି

ଏରିନା ଡି’ଗ୍ରେମିଓ: ଆର୍ଜେଣ୍ଟିନା ଓ ଚିଲି ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଲୌଟାରୋ ମାର୍ଟିନେଜ୍‌ (୧୦ ମିନିଟ୍‌) ଓ ବଦଳ ଖେଳାଳି ଗିଓଭାନି ଲୋ ସେଲ୍‌‌ସୋ (୭୪ ମିନିଟ)ଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଲିଓନେଲ୍‌ ମେସିଙ୍କ ଆର୍ଜେଣ୍ଟିନା ଦଳ ୨-୦ରେ ଭେନେଜୁଏଲାକୁ ପରାସ୍ତ କରିଦେଇଥିଲା। ସେମିଫାଇନାଲ୍‌ରେ ଆର୍ଜେଣ୍ଟିନାର ମୁକାବିଲା ବ୍ରାଜିଲ ସହ ହେବ। ବ୍ରାଜିଲ୍‌ ପୂର୍ବଦିନ ୪-୩ (୦-୦) ପେନାଲ୍‌ଟି ସୁଟ୍‌ଆଉଟ୍‌ ଗୋଲ୍‌ରେ ପାରାଗୁଏକୁ ପରାସ୍ତ କରିଥିଲା। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ କଲମ୍ବିଆକୁ ସୁଟ୍‌ଆଉଟ୍‌ରେ ବିଦା କରି ଚିଲି ସେମିଫାଇନାଲ୍‌ ପ୍ରବେଶ କରିଛି। ନିର୍ଧାରିତ ସମୟ ଅମୀମାଂସିତ ରହିବା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ କଲମ୍ବିଆ ୫-୪ ଗୋଲ୍‌ରେ ବାଜି ମାରି ନେଇଥିଲା। ବୁଧବାର ସେମିଫାଇନାଲ୍‌ରେ କଲମ୍ବିଆର ମୁକାବିଲା ଉରୁଗୁଏ-ପେରୁ ମ୍ୟାଚ୍‌ର ବିଜେତା ସହ ହେବ।

ସମ୍ବନ୍ଧିତ ଖବର