କଳାହାଣ୍ଡି କପ୍‌ରେ କୋରାପୁଟ ବିଜୟୀ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ପକ୍ଷରୁ ଆୟୋଜିତ କଳାହାଣ୍ଡି କପ୍‌ରେ ଶୁକ୍ରବାର କୋରାପୁଟ ୩ ୱିକେଟ୍‌ରେ ବଲାଙ୍ଗୀରକୁ ହରାଇଛି। ରେଭେନ୍‌ସା ପଡିଆରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବଲାଙ୍ଗୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ଦଳ ଡି. ‌ଗୌରବଙ୍କ ୫୫ ଓ ଅଂଶୁମାନ ମିଶ୍ରଙ୍କ ୪୬ ରନ୍‌ ସହାୟତାରେ ୪୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୮୯ ରନ୍ କରିଥିଲା। କୋରାପୁଟର ଆଦିତ୍ୟ ରାଉତ ୩ ଓ ନିରଂଜନ ଗୌଡ଼ ୨ ୱିକେଟ୍ ନେଇଥିଲେ। ଜବାବରେ କୋରାପୁଟ ୪୭.୩ ଓଭରରେ ୭ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।‌ ଆଦର୍ଶ କିରଣ ୫୯, ସନ୍ଦୀପ ପଟ୍ଟନାୟକ ୩୮, ଅଂଶୁମାନ ୩୬* ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର