ୟିଓସୁ (କୋରିଆ): ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଜୟ ଧାରା ଜାରି ରଖି ଏଠାରେ ଚାଲିଥିବା କୋରିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲ୍ରେ ବିଶ୍ବର ୩ ନମ୍ବର ଏହି ଭାରତୀୟ ଯୋଡ଼ି ୨୧-୧୫, ୨୪-୨୨ରେ ୨୦୨୧ ବିଶ୍ବ ବିଜେତା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ୱେଇ କେଙ୍ଗ ଲିଆଙ୍ଗ ଓ ଚାଙ୍ଗ ୱାଙ୍ଗଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସାତ୍ତ୍ବିକ-ଚିରାଗଙ୍କୁ ମାତ୍ର ୪୦ ମିନିଟ୍ ଲାଗିଥିଲା।
ଏହି ଚୀନ୍ ଯୋଡ଼ି ବିପକ୍ଷରେ ସାତ୍ତ୍ବିକ-ଚିରାଗ ପ୍ରଥମ ବିଜୟ ପାଇଥିଲେ। ନିକଟରେ ଦୁଇଟି ମ୍ୟାଚ୍ ଏହି ଯୋଡ଼ିଠୁ ଏମାନେ ହାରିଥିଲେ। ଗତମାସରେ ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ଟ୍ରଫି ଜିତିବା ପରେ ଏହି ଭାରତୀୟ ଯୋଡ଼ିଙ୍କ କୋରିଆ ଓପନ୍ ବିଜୟଠୁ ଏବେ ଗୋଟିଏ ପାଦ ଦୂରରେ ରହିଛନ୍ତି। ସାତ୍ତ୍ବିକ-ଚିରାଗ ରବିବାର ଫାଇନାଲ୍ରେ ଇଣ୍ଡୋନେସିଆର ଫାଜର ଅଲ୍ଫିଆନ୍ ସ ମହମ୍ମଦ ରିଆନ୍ ଅର୍ଦିଆନ୍ତୋଙ୍କୁ ଭେଟିବେ।