କୋଏଲ୍‌ ପ୍ରଥମ ଥର ବିଜେତା

ଓଡ଼ିଶା ମହିଳା ପ୍ରୋ କବାଡ଼ି ଲିଗ୍‌

ଭୁବନେଶ୍ୱର: ପଟିଆ ଗଡ଼ ସ୍ପୋର୍ଟସ କ୍ଲବ୍‌ ପକ୍ଷରୁ ପଟିଆ ଦୋଳ ପଡ଼ିଆରେ ଚାଲିଥିବା ତୃତୀୟ ଓଡ଼ିଶା ମହିଳା ପ୍ରୋ କବାଡ଼ି ଲିଗ୍‌ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ କୁଆଖାଇକୁ ୨୪-୨୩ରେ ପରାସ୍ତ କରି କୋଏଲ୍‌ ପ୍ରଥମ ଥର ବିଜେତା ହୋଇଛି। ପୂର୍ବରୁ ସେମିଫାଇନାଲରେ କୋଏଲ୍‌ ୩୧-୧୪ରେ ଖରସ୍ରୋତାକୁ ଏବଂ କୁଆଖାଇ ୫୦-୨୨ରେ କୋଲାବକୁ ପରାସ୍ତ କରି ଫାଇନାଲ୍‌ ଆସିଥିଲେ। ବିଗତ ୨ ସଂସ୍କରଣର ବିଜେତା କାବେରି ଏଥର ନକ୍‌ ଆଉଟ୍‌ ଆସିପାରିନଥିଲା। ବିଜେତା କୋଏଲ୍‌ ଦଳକୁ ୨୦,୦୦୦ ଟଙ୍କା ଏବଂ ଉପ ବିଜେତା କୁଆଖାଇକୁ ୧୫,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶ୍ୱକପ୍‌ ବିଜୟିନୀ ରଶ୍ମିତା ସାହୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ  ଲକ୍ଷ୍ମୀ ଖିଲୋ ଶ୍ରେଷ୍ଠ କ୍ୟାଚର୍‌ ସମ୍ମାନ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ହାଇଟେକ୍‌ ମୁଖ୍ୟ ତିରୁପତି ପାଣିଗ୍ରାହୀ, ଟାଟା ଷ୍ଟିଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ମଣିକାନ୍ତ ନାଏକ, ଜାଭିୟର ଗ୍ରୁପ୍‌ ଅଧ୍ୟକ୍ଷ ଡକ୍ଟର ବଦ୍ରିନାଥ ପଟ୍ଟନାୟକ, ଓଡ଼ିଶା କବାଡ଼ି ସଂଘ ସଭାପତି ଶରତ ସାହୁ, ସମ୍ପାଦକ ଅଜୟ କୁମାର ବେହେରା, ସିଇବି ଅଧ୍ୟକ୍ଷ ପ୍ରଭାତ ରଂଜନ ମଲ୍ଲିକ, ଆଧୁନିକ ମେଟାଲିକ୍‌ର ପରିଚାଳନା ନିର୍ଦେଶକ ସଂଜୟ ପ୍ରତାପ, ଜଷ୍ଟ ଭେରିଫାଏ ନିର୍ଦେଶକ ସଂଜୀବ ପାତ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶି ମିଶ୍ର, କର୍ପୋରେଟର୍‌ ସଂଜୟ ସେଠୀ, ଜୟନ୍ତୀ ଜେନା, ଆୟୋଜକ ସଂଘ ଉପ ସଭାପତି ମିହିର୍‌ କୁମାର ରାଉତ ଅତିିଥି ଥିଲେ। ସଂଗଠନ ସମ୍ପାଦକ ଅଜୟ କୁମାର ରାଉତ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର