କେପିଏଲ୍‌ କ୍ୱାର୍ଟର୍‌ରୁ କିଟ୍‌, ଉତ୍କଳ ବିଦା

ଭୁବନେଶ୍ୱର: କିଟ୍‌ ପ୍ରିମିୟର ଲିଗ୍‌ (କେପିଏଲ୍‌)ର କ୍ୱାର୍ଟର୍‌ ଫାଇନାଲ୍‌ରୁ ଆୟୋଜକ କିଟ୍‌ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ବିଦାୟ ନେଇଛନ୍ତି। ସୋମବାର ଦ୍ୱିତୀୟ କ୍ୱାର୍ଟର୍‌ ଫାଇନାଲ୍‌ରେ କିଟ୍‌ ୯ ଓ୍ଵିକେଟ୍‌ରେ ନୂଆଦିଲ୍ଲୀର ପିଜିଡିଏଭିଠୁ ହାରି ଯାଇଥିଲା। ତୃତୀୟ କ୍ୱାର୍ଟର୍‌ ଫାଇନାଲ୍‌ରେ ଫରିଦାବାଦର ଅଲ୍‌-ଫାଲା ବିଶ୍ୱବିଦ୍ୟାଳୟ ୬ ଓ୍ଵିକେଟ୍‌ରେ ଉତ୍କଳକୁ ପରାସ୍ତ କରିଥିଲା। ଉତ୍କଳ ୧୨୮ ରନ୍‌ କରିଥିଲା। ସୌଭାଗ୍ୟ ମିଶ୍ର ୩୫ ରନ୍‌ କରିଥିଲେ। ଜବାବରେ ଅଲ୍‌-ଫାଲା ଯଶପାଲ ଯାଦବଙ୍କ ଧୁଅାଁଧାର ୪୭ ରନ୍‌ (୨୦ ବଲ୍‌) ସହାୟତାରେ ମାତ୍ର ୧୩.୧ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଉତ୍କଳ ପକ୍ଷରୁ ସୁମୀତ ଶର୍ମା ୨ ଓ୍ଵିକେଟ୍‌ ନେଇଥିଲେ। ଶେଷ କ୍ୱାର୍ଟର୍‌ ଫାଇନାଲ୍‌ରେ ଜେଏନ୍‌ଟିୟୁ ହାଇଦ୍ରାବଦ୍‌ ୫ ଓ୍ଵିକେଟ୍‌ରେ ପଟିଆଲାର ପଂଜାବୀ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ମଙ୍ଗଳବାର ସେମିଫାଇନାଲ୍‌ରେ ଜେଏନଟିୟୁ କାକିନାଡା-ପିଜିଡିଏଭି ନୂଆଦିଲ୍ଲୀ ଏବଂ ଅଲଫଲା-ଜେଏନ୍‌ଟିୟୁ ହାଇଦ୍ରାବାଦ ମୁକାବିଲା ହେବ।

ସମ୍ବନ୍ଧିତ ଖବର