ନୂଆଦିଲ୍ଲୀ: ୨୦୨୭ବିଶ୍ବକପ ଖେଳିଲେ ରୋହିତ ଅଚେତ ହୋଇଯିବେ। ଏଭଳି କହି ଏବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର କୃଷ୍ଣମ୍ମାଚାର୍ଯ୍ୟ ଶ୍ରୀକାନ୍ତ ବିବାଦୀୟ ହୋଇପଡ଼ିଛନ୍ତି। ଷ୍ଟାର କ୍ରିକେଟର ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଓଡିଆଇ ଏବଂ ଟେଷ୍ଟ ଫର୍ମାଟରେ ଆଗେଇ ନେଇଥିବା ବେଳେ ତାଙ୍କ ଫିଟନେସକୁ ନେଇ କଟାକ୍ଷ କରିଛନ୍ତି ଶ୍ରୀକାନ୍ତ। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟା ମିଳିତ ଭାବରେ ଆୟୋଜିତ କରିବ ୨୦୨୭ରେ ହେବାକୁ ଥିବା ବିଶ୍ୱକପ। ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର କହିଛନ୍ତି ଯେ, ଯଦି ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜର ଫିଟନେସ୍ ଏବଂ ଫର୍ମ ବଜାୟ ରଖନ୍ତି, ତେବେ ସେମାନେ ଆଗାମୀ ୨୦୨୭ ବିଶ୍ୱକପରେ ଦେଶ ପାଇଁ ଖେଳିପାରିବେ। ଗମ୍ଭୀରଙ୍କ ଏହି ବିବୃତି ପରେ ୬୪ବର୍ଷିୟ ଶ୍ରୀକାନ୍ତ ତାଙ୍କ ମତାମତ ଦେଇଛନ୍ତି।
ୟୁଟ୍ୟୁବ ଚ୍ୟାନେଲରେ ଏକ ବିଶେଷ ଆଲୋଚନା ବେଳେ ପୂର୍ବତନ କ୍ରିକେଟର କହିଛନ୍ତି ଯେ, ବିରାଟ କୋହଲିଙ୍କୁ ଆଗାମୀ ୨୦୨୭ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ। କିନ୍ତୁ ରୋହିତଙ୍କ ଫିଟନେସ ଉପରେ ମୋର ସନ୍ଦେହ ଅଛି। ବିରାଟ କୋହଲି ଜଣେ ଚାମ୍ପିୟନ ଖେଳାଳି। ରୋହିତ ଶର୍ମା ୨୦୨୭ବିଶ୍ୱକପ୍ ଖେଳିବା ଉଚିତ୍ ନୁହେଁ। ସେ ଦକ୍ଷିଣ ଆଫ୍ରିକାରେ ଅଚେତ ହୋଇଯିବେ।
Virat Kohli is an absolute champion , Rohit Sharma shouldn’t play 2027 wc he will faint in South Africa 😭 - Krish Srikanth pic.twitter.com/7y2vc9CGUv
— ` (@kohlizype) July 24, 2024
ଏବେ ରୋହିତଙ୍କୁ ୩୭ବର୍ଷ ହୋଇଥିବା ବେଳେ ୨୦୨୭ ବିଶ୍ୱକପରେ ସେ ୪୦ରେ ପାଦ ଦେଇଥିବେ। ବୟସ ଦୃଷ୍ଟିରୁ ଏବଂ ଫିଟନେସକୁ ନେଇ ଶ୍ରୀକାନ୍ତ ଏଭଳି କହିଥିବା କୁହାଯାଉଛି। ତେବେ ଶ୍ରୀକାନ୍ତଙ୍କ ଏଭଳି ବୟାନ ରୋହିତଙ୍କ ପ୍ରଶଂସକଙ୍କ ପସନ୍ଦ ଆସିନାହିଁ, ଯେଉଁଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-248.jpg)