ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ଖେଳାଳି ବେଦ କୃଷ୍ଣମୂର୍ତ୍ତି ଖାଲି ଖେଳ ନୁହେଁ ସାମାଜିକ ଗଣମାଧ୍ୟମକୁ ବି ସମୟ ଦେଇଥାନ୍ତି। ସମୟ ମିଳିଲେ ସେ ନିଜର ବିଭିନ୍ନ ଫଟୋ ଏଠାରେ ପୋଷ୍ଟ କରିଥାନ୍ତି। ନିକଟରେ ମଧ୍ୟ ସେ ଫଟୋ ସୁଟ୍ ବେଳର କିଛି ସୁନ୍ଦର ଫଟୋକୁ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଭେଦା ବ୍ୟାକ୍ଲେସ୍ ଡ୍ରେସ୍ ପିନ୍ଧିଛନ୍ତି। ତାଙ୍କ ପଛ ବେକ ତଳେ କରିଥିବା ମହାଦେବଙ୍କ ଟାଟୁ ସମ୍ପୂର୍ଣ୍ଣ ଦେଖା ଯାଉଛି। ଯାହା ପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି। କିଛି ଲୋକ ଏହାକୁ ପସନ୍ଦ କରିଥିଲା ବେଳେ କେତକ ଏଥିରେ ଖରାପ ମନ୍ତବ୍ୟ ଦେଇଛନ୍ତି। ହିନ୍ଦୁ ଦେବତାଙ୍କ ପ୍ରତି ଏହା ଅପମାନ ଏବଂ ନିଜ ନାମର ଅର୍ଥକୁ ନେଇ ଘୋର ଲଜ୍ଜା ବୋଲି କେତେକ ପ୍ରଶଂସକ କଟୁକ୍ତି କରିଛନ୍ତି।
ପିଠିରେ ମହାଦେବଙ୍କ ଟାଟୁ କରି ଟ୍ରୋଲ୍ ହେଲେ କୃଷ୍ଣମୂର୍ତ୍ତି
/sambad/media/post_attachments/wp-content/uploads/2021/01/d94g9dag98da7dg987dg98dg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)