ପୋଲାର୍ଡଙ୍କୁ କିସ୍‌ କଲେ କ୍ରୁନାଲ

ମୁମ୍ବାଇ: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସ୍ପିନର କ୍ରୁନାଲ ପାଣ୍ଡ୍ୟ ରବିବାର ନିଜର ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ ସାଥୀ କିରଣ ‌ପୋଲାର୍ଡଙ୍କ ୱିକେଟ୍‌ ନେବା ପରେ ନୂଆ ଢଙ୍ଗରେ ଉତ୍ସବ ପାଳିଥିଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପୋଲାର୍ଡ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରୁଥିଲା ବେଳେ କ୍ରୁନାଲ ତାଙ୍କ ପାଖକୁ ଦୌଡ଼ି ଯାଇ କାନ୍ଧରେ ଝୁଲିପଡ଼ି କିସ୍‌ କରିଥିଲେ। ମୁମ୍ବାଇ କିନ୍ତୁ ଅଷ୍ଟମ ପରାଜୟ ଆଡ଼କୁ ଅଗ୍ରସର ହେଉଥିବାରୁ ପୋଲାର୍ଡ ଏହାର କୌଣସି ପ୍ରତିକ୍ରିୟା ନଦେଇ ପଡ଼ିଆ ବହାରକୁ ଚାଲି ଯାଇଥିଲେ। ଏହି ମ୍ୟାଚ୍‌ରେ ପୋଲାର୍ଡ ୨୦ ବଲ୍‌ ଖେଳି ୧୯ ରନ୍‌ କରିଥିଲା ବେଳେ ତାଙ୍କ ଦଳ ୩୬ ରନ୍‌ରେ ଲକ୍ଷ୍ନୌଠୁ ହାରି ୮ ମ୍ୟାଚ୍‌ରୁ ୮ ପରାଜୟ ବରଣ କରିଥିଲା। ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିଲେ କ୍ରୁନାଲ। ତେଣୁ ପୋଲାର୍ଡଙ୍କ ସହ କ୍ରୁନାଲ ଓ ତାଙ୍କ ଭାଇ ହାର୍ଦିକଙ୍କ ସମ୍ପର୍କ ଭଲ ରହିଛି।

ସମ୍ବନ୍ଧିତ ଖବର