କ୍ରିକେଟର୍‌ଙ୍କ ଟାଟୁ ବ୍ରିଗେଡ୍‌ରେ କ୍ରୁନାଲ ପାଣ୍ଡ୍ୟା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ଟାଟୁ ଅତି ସାଧାରଣ ହୋଇଯାଇଛି। ଅଧିକାଂଶ କ୍ରିକେଟର୍‌ ଦେହହାତରେ ଟାଟୁ କରିବାରେ ସଉକ ରଖିଥିବାର ଦେଖାଯାଇଥାଏ। ସେମାନଙ୍କ ମଧ୍ୟରୁ ବିରାଟ କୋହଲି ତାଙ୍କ ଦେହସାରା ୧୧ ଟାଟୁ କରିଛନ୍ତି। ହାର୍ଦିକ୍‌ ପାଣ୍ଡ୍ୟାଙ୍କ ଅଧିକାଂଶ ଟାଟୁ ତାଙ୍କ ବ୍ୟକ୍ତିତ୍ବକୁ ପ୍ରସ୍ଫୁଟିତ କରିଥାଏ। ଏକ ବିଶ୍ବାସଯୋଗ୍ୟ ଟାଟୁଠାରୁ ଆରମ୍ଭ କରି ଏକ ପଶୁ ପଞ୍ଝାର ଟାଟୁ ପର୍ଯ୍ୟନ୍ତ ହାର୍ଦିକ୍‌ଙ୍କ ଦେହରେ ଶୋଭା ପାଇଥାଏ। ଏବେ ସେହି ଟାଟୁ ମାନିଆରେ ପଡ଼ିଯାଇଛନ୍ତି ହାର୍ଦିକଙ୍କ ବଡ଼ ଭାଈ କ୍ରୁନାଲ ପାଣ୍ଡ୍ୟା। ସେ ପ୍ରଥମ ଥର ଲାଗି ଦେହରେ ଟାଟୁ କରିଛନ୍ତି। କ୍ରୁନାଲଙ୍କ କଳା ଟାଟୁ ତାଙ୍କ ସଚେତନ ମନକୁ ବୁଛାଉଛି।

ସମ୍ବନ୍ଧିତ ଖବର