ବରୋଦା: ଭାରତୀୟ ଅଲରାଉଣ୍ଡର୍ କ୍ରୁନାଲ ପାଣ୍ଡ୍ୟା ରବିବାର ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପତ୍ନୀ ପଙ୍ଖୁଡ଼ି ଶର୍ମା ଏକ ଘରୋଇ ଡାକ୍ତରଖାନାରେ ଏହି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଦୀର୍ଘ ଦିନ ପରସ୍ପରକୁ ପ୍ରେମ କରିବା ପରେ କ୍ରୁନାଲ ଓ ପଙ୍ଖୁଡ଼ି ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ରୁନାଲ ଓ ପଙ୍ଖୁଡ଼ି ଉଭୟ ନିଜ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ପୁଅ ହୋଇଥିବାର ସୂଚନା ଦେଇଛନ୍ତି। ପୂର୍ବରୁ କ୍ରୁନାଲଙ୍କ ସାନ ଭାଇ ତଥା ଭାରତୀୟ କ୍ରିକେଟ୍ର ଅନ୍ୟତମ ଚର୍ଚ୍ଚିତ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ମଧ୍ୟ ପୁତ୍ର ସନ୍ତାନର ଜନକ ହୋଇସାରିଛନ୍ତି। ପୁଅ ଅଗସ୍ତ୍ୟ ଓ ପତ୍ନୀ ନତାଶା ଷ୍ଟାଙ୍କୋଭସ୍କିଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ହାର୍ଦିକ ବିଭିନ୍ନ ସମୟରେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଥା’ନ୍ତି।
କ୍ରୁନାଲଙ୍କ ପୁଅ ହେଲା
/sambad/media/post_attachments/wp-content/uploads/2022/07/krunal-pandya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)