‘କୁଆଲାଲମ୍ପୁର ଯାଦୁକର’ ସମର୍ପିତ

ଭୁବନେଶ୍ବର: ଖ୍ୟାତନାମା ଗୀତିକାର ଶେଖ ଗୁଲଜାରଙ୍କ ଲିଖିତ ‘ଜୟ ହିନ୍ଦ୍‌ ହିନ୍ଦ୍…ଜୟ ଇଣ୍ଡିଆ’କୁ ହକି ବିଶ୍ବକପ୍‌ର ଆନୁଷ୍ଠାନିକ ସଂଗୀତ ଭାବେ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଗାଇବେ ଓସ୍କାର ବିଜେତା ଏଆର୍‌ ରହେମାନ। ଏହାର ଅବ୍ୟବହିତ ପୂର୍ବରୁ ଭାରତର ଏକମାତ୍ର ବିଶ୍ବକପ୍ ସ୍ବର୍ଣ୍ଣ ବିଜୟୀ ୧୯୭୫ ମସିହା ଦଳ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ବିଶେଷ ସଂଗୀତକୁ ସମର୍ପିତ କରାଯାଇଛି। କେରଳ କାଲିକଟ୍‌ସ୍ଥିତ ମାଲାବର ଖ୍ରିଷ୍ଟିଆନ କଲେଜର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ବଶିଷ୍ଟଙ୍କ ଲିଖିତ ଏହି ସଂଗୀତ ‘ମ୍ୟାଜିସିଆନ୍ସ ଅଫ୍ କୁଆଲାଲମ୍ପୁର’କୁ ତାଙ୍କର ଦୁଇ ଛାତ୍ର ସାଇ ଗିରିଧର ଏବଂ ସୁପର୍ଣ୍ଣା ସ୍ବର ଦେଇଛନ୍ତି। ଏହା ସଂଗୀତ ଗୁରୁ-ଶିଷ୍ୟ ବଂଧୁତ୍ବର ଏକ ଉଦାହରଣ ଏବଂ ୧୯୭୫ ମସିହାର ବିଜେତା ଭାରତୀୟ ବିଶ୍ବକପ୍ ହକି ଦଳକୁ ଏହା ସମର୍ପିତ କରାଯାଉଛି ବୋଲି ରବିବାର ଭୁବନେଶ୍ବର ପହଞ୍ଚିବା ପରେ କହିଛନ୍ତି ବଶିଷ୍ଟ। ବଶିଷ୍ଟ ମଧ୍ୟ ଭୁବନେଶ୍ବରରେ ଏକ ହକି ପ୍ରଦର୍ଶନୀ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର