କୁଚ୍‌ ବେହାର ଟ୍ରଫି: ପରାଜୟ ଦ୍ୱାରରେ ଓଡ଼ିଶା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ରେ ଓଡ଼ିଶା ପରାଜୟ ଦ୍ୱାରରେ ରହିଛି। ପାଳି ପରାଜୟ ଏଡାଇବାକୁ ଓଡ଼ିଶାକୁ ଶେଷ ଦିନ ଆଉ ୧୮୨ ରନ୍‌ର ଦରକାର ଥିଲା ବେଳେ ହାତରେ ମାତ୍ର ୬ ଓ୍ଵିକେଟ ଅଛି। ପ୍ରଥମ ପାଳିରେ ଘରୋଇ ଦଳ ୨୨୦ ରନ୍‌ରେ ସୀମିତ ରହି ଫଲୋଅନ୍‌ ହୋଇଥିଲା। ମଙ୍ଗଳବାର ତୃତୀୟ ଦିନ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ରଘୁନାଥ ମଲ୍ଲ ୨୮ ଓ ଆକାଶ ଚନ୍ଦ୍ର ନାୟକ ୯ ରନ୍‌ କରି ଅପରାଜିତ ଅଛନ୍ତି। ପୂର୍ବରୁ ୯୩/୨ରୁ ଓଡ଼ିଶା ମଙ୍ଗଳବାର ଖେଳ ଆରମ୍ଭ କରିଥିଲା। ଅପରାଜିତ ବ୍ୟାଟ୍ସମ୍ୟାନ ସ୍ୱସ୍ତିକ ସାମଲ (୫୦) ଅର୍ଧଶତକ ଅର୍ଜନ କରି ଆଉଟ ହୋଇଥିଲେ। ଅନ୍ୟମାନେ ଶସ୍ତାରେ ଆଉଟ ହୋଇଥଲା ବେଳେ ରଘୁନାଥ ମଲ୍ଲ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୬୮ ରନ୍‌ରେ ଅପରାଜିତ ରହିଥିଲେ। ସୌରାଷ୍ଟ୍ରର ସଚିନ୍‌ ପରମର ୫ ଓ୍ଵିକେଟ ନେଇ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ସୌରାଷ୍ଟ୍ର ପ୍ରଥମ ପାଳିରେ ୪୭୩ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର