କୁଚ୍‌ ବେହାର ଟ୍ରଫି:ପରାଜୟ ଦ୍ୱାରରେ ଓଡ଼ିଶା

ବରଗଡ଼: ବିକାଶ ପଡ଼ିଆରେ ଚାଲିଥିବା ଝାଡ଼ଖଣ୍ଡ ବିପକ୍ଷ କୁଚ୍‌ ବେହାର ଟ୍ରଫିରେ ଓଡ଼ିଶା ପରାଜୟ ଦ୍ୱାରରେ ପହଞ୍ଚିଛି। ମଙ୍ଗଳବାର ତୃତୀୟ ଦିନ ଖେଳ ଶେଷ ବେଳକୁ ଓଡ଼ିଶା ୧୬୫/୫ରେ ସଂଘର୍ଷ କରୁଛି। ପୂର୍ବରୁ ୧୦୬/୩ରୁ ଖେଳ ଆରମ୍ଭ କରି ଝାଡ଼ଖଣ୍ଡ ୨୧୮/୯ରେ ପାଳି ଘୋଷଣା କରିଥିଲା। ଆଦିତ୍ୟ ସିଂ ୮୨ ରନ୍‌ କରିଥିଲେ। ରାଜେଶ ମହାନ୍ତି ୩ ଓ୍ଵିକେଟ ଦଖଲ କରିଥିଲେ। ଝାଡ଼ଖଣ୍ଡ ଏଥି ସହିତ ଓଡ଼ିଶା ଆଗରେ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଜବାବରେ ଓଡ଼ିଶା ସତର୍କତାର ସହ ଖେଳି ପ୍ରଥମ ଓ୍ଵିକେଟ୍‌ ଭାଗିଦାରୀ ୫୪ ରନ୍‌ କରିଥିଲା। ହେଲେ ୧୦୨ ରନ୍‌ ବେଳକୁ ଦଳ ୫ ଓ୍ଵିକେଟ୍‌ ହରାଇ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କୁନାଲ ମଲ୍ଲିକ (୫୭) ଏବଂ ଜ୍ୟୋତି ରଂଜନ ବେହେରା (୫୨*) ଅର୍ଧଶତକୀୟ ପାଳି ଖେଳିଥିଲେ। ଝାଡ଼ଖଣ୍ଡର ବିବେକ ଆନନ୍ଦ ତିଓ୍ଵାରୀ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର