କଟକ: ରାୟପୁରରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍ବେହାର ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଛତିଶଗଡ଼ ପ୍ରଥମ ପାଳିରେ ୨୩୯ ରନ୍ ସଂଗ୍ରହ କରିଛି। ସୋମବାର ଓଡ଼ିଶା ଦ୍ୱିତୀୟ ପାଳି ଆରମ୍ଭ କରିଥିଲାବେଳେ ଦ୍ୱିତୀୟ ଦିନ ଖେଳ ଶେଷ ହେବା ବେଳକୁ ୩ଓ୍ଵିକେଟ ବିନିମୟରେ ୧୩୩ରନ୍ ସଂଗ୍ରହ କରିଛି। କୁନାଲ ମଲ୍ଲିକ ୧୫, ମାନସ ରଂଜନ ନାୟକ ୮, ସ୍ୱସ୍ତିକ ସାମଲ ୩୪ ରନ୍ କରି ଆଉଟ ହୋଇଥିଲାବେଳେ ଆକାଶ ଚନ୍ଦ୍ର ନାୟକ ୪୬*, ରଘୁନାଥ ମଲ୍ଲ ୨୨* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ପ୍ରଥମ ଦିନର ସ୍କୋର ୧୯୨/୭ରୁ ଘରୋଇ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଅପରାଜିତ ବ୍ୟାଟ୍ସମ୍ୟାନ ପରିଭେଶ ଧର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩୫ ରନ୍ କରିଥିଲାବେଳେ ଏନ୍ ଧ୍ରୁବ ୧୩, ୟୁ.ଏମ୍. ତିଓ୍ଵାରୀ ୨, ଆର୍ ଟାଙ୍କ ୬ରନ୍ କରି ଆଉଟ ହୋଇଥିଲେ। ଓଡ଼ିଶା ପକ୍ଷରୁ କ୍ରୀଷ୍ଣା ପଲାଇ ସର୍ବାଧିକ ୩, ରାଜେଶ ମହାନ୍ତି ଓ ରଘୁନାଥ ମଲ୍ଲ ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିଲେ।
କୁଚ୍ବେହାର ଟ୍ରଫି:ଛତିଶଗଡ଼ ୨୩୯, ଓଡ଼ିଶା ୧୩୩/୩
/sambad/media/post_attachments/wp-content/uploads/2017/11/gricket-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)