ବଲାଙ୍ଗୀର: ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍ବେହାର ଟ୍ରଫିରେ ବରୋଦା ନିକଟରୁ ଓଡ଼ିଶା ଶୋଚନୀୟ ପରାଜୟ ବରଣ କରିଛି। ପ୍ରଥମ ପାଳିରେ ୧୦୪ ରନ୍ କରିଥିବା ଓଡ଼ିଶା ରବିବାର ତୃତୀୟ ଦିବସରେ ତା’ର ଦ୍ବିତୀୟ ପାଳିରେ ମାତ୍ର ୭୪ ରନ୍ କରିପାରିଥିଲା। ଫଳରେ ୫୦୯/୯ରେ ପ୍ରଥମ ପାଳି ଘୋଷଣା କରିଥିବା ବରୋଦା ଏକ ପାଳି ଓ ୩୩୧ ରନ୍ରେ ଓଡ଼ିଶାକୁ ପରାସ୍ତ କରିଥିଲା। ଓଡ଼ିଶା ପୂର୍ବଦିନ ସ୍କୋର୍ ୨/୧୬ରୁ ଖେଳି ରବିବାର ଆଉ ୫୮ ରନ୍ ଯୋଡ଼ିପାରିଥିଲା ବେଳେ ଅବଶିଷ୍ଟ ୮ ୱିକେଟ୍ ହରାଇଥିଲା। ବରୋଦା ପକ୍ଷରୁ ମହେଶ ପିଥିଆ ୪, ମହ୍ଲାର ଘେବେରିଆ ୩ ଏବଂ ଆଶୁତୋଷ ଦାସ ୨ ୱିକେଟ ଅକ୍ତିଆର କରିଥିଲେ। ଶତକ ହାସଲକାରୀ ପରୀକ୍ଷିତ ପଟିଦାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବଲାଙ୍ଗୀର କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ଲଳିତ କୁମାର ନାୟକ ମୁଖ୍ୟ ଅତିଥି, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, କ୍ରିକେଟ ସମ୍ପାଦକ ଓମ୍ ପ୍ରକାଶ ଚାନ୍ଦ, ସହ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ରମାକାନ୍ତ ସେଠ୍, ପୂର୍ବତନ ସମ୍ପାଦକ ଶତୃଘ୍ନ ସିଂ, ରବୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
କୁଚ୍ବେହାର ଟ୍ରଫି: ଓଡ଼ିଶାର ପାଳି ପରାଜୟ
/sambad/media/post_attachments/wp-content/uploads/2019/12/hd5h4d54h5d6h4d56fhdffffdfhdfdfdfdfdfdfdf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)