କୁଚ୍‌ବେହାର ଟ୍ରଫି, ଅନୀଲଙ୍କ ଶତକ ବେକାର; ଓଡ଼ିଶା ପରାସ୍ତ

କଟକ: ଚଳିତ ଋତୁରେ ଅନୀଲ ପରିଡ଼ାଙ୍କ ଦ୍ବିତୀୟ ଶତକ ସତ୍ତ୍ବେ ବିଜୟନଗରଠାରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି‌ରେ ଓଡ଼ିଶା ଘରୋଇ ଦଳଠୁ ପରାସ୍ତ ହୋଇଛି। ତୃତୀୟ ଦିନରେ ୪ ଵିକେଟ୍‌ ବିନିମୟରେ ୧୮୦ ରନ୍‌ କରିଥିବା ଓଡ଼ିଶା ଶେଷ ଦିନରେ ଆଉ ୧୪୦ ରନ୍‌ ଯୋଡ଼ିଥିଲା। ଅନୀଲ ପରିଡ଼ା ୧୪୦, ସ୍ବସ୍ତିକ ସାମଲ ୫୦, ଆୟୁଷ ନାୟକ ୪୪ ଓ ମାନସ ର˚ଜନ ନାୟକ ୨୭ ରନ୍‌ର ଯୋଗଦାନ କରିଥିଲେ। ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ଆନ୍ଧ୍ରପ୍ରଦେଶ ୭.୨ ଓଭରରେ ୧ ଵିକେଟ୍‌ ବିନିମୟରେ ହାସଲ କରିଥିଲା। ଏଥି ପୂର୍ବରୁ ଓଡ଼ିଶା ପ୍ରଥମ ପାଳିରେ ୧୨୪ ରନ୍‌ କରଥିଲା ବେଳେ ଆନ୍ଧ୍ର ପାଳି ଅଗ୍ରଣୀ ନେବା ସହ ୪୦୭ ରନ୍‌ କରିଥିଲା।

ଓଡ଼ିଶା ଦଳରେ ୪ ପରିବର୍ତ୍ତନ

କୁଚବେହାର ଟ୍ରଫିରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ତ୍ରିପୁରାକୁ ଭେଟିବ। ବଲାଙ୍ଗୀରରେ ଆସନ୍ତା ୧୦ ତାରିଖରୁ ଏହି ମ୍ୟାଚ ଖେଳାଯିବ। ଏଥିପାଇଁ ଓଡ଼ିଶା ଦଳରେ ୪ ଖେଳାଳିଙ୍କୁ ବଦଳାଯାଇଛି। ମିତ୍ରଭାନୁ ପଣ୍ତା, ମହମ୍ମଦ ଅରହନ ଅଲ୍ଲୀ, ନିହାର ର˚ଜନ ଭୂୟାଁ ଓ କୁମାର ପରାଗ ସାମନ୍ତରାୟଙ୍କ ସ୍ଥାନରେ ଶୁଭ୍ରା˚ଶୁ ହରିଚନ୍ଦନ, କିଷାନ ନାଏକ, ସୌମ୍ୟ ସୌରଭ କୁମାର ଓ ମିନାଲ ପରିଡ଼ା ଦଳରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର