କଟକ: ଗୋଆରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ କୁଚ୍ବେହାର ଟ୍ରଫିରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଘରୋଇ ଦଳକୁ ୧୦ ଵିକେଟ୍ରେ ହରାଇବା ସହ ଓଡ଼ିଶା ବୋନସ ପଏଣ୍ଟ ପାଇଛି। ପ୍ରଥମ ପାଳିରେ ଫଲୋଅନ୍ ହେବା ପରେ ଗୋଆ ଦ୍ବିତୀୟ ପାଳିରେ ଭଲ ଖେଳିଥିଲା। ହେଲେ ଓଡ଼ିଶା ପାଇଁ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ଏହା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା। ଏହି ପାଳିରେ ଗୋଆ ମୋଟ ୨୬୪ ରନ୍ କରିଥିଲା ବେଳେ ଓଡ଼ିଶାର ପ୍ରଥମ ପାଳି ରନ୍ ସମ୍ମୁଖରେ ଏହା ସମାନ ସ୍ତରରେ ରହିଥିଲା। ତୃତୀୟ ଦିନରେ ଅର୍ଧଶତକ ଅର୍ଜନ କରିଥିବା ପୀୟୂଷ ଯାଦବ ସ˚ଘର୍ଷ କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ ମାତ୍ର ୫ରନ୍ ଦୂରରେ ରହିଯାଇଥିଲେ। ସେହିପରି ରିତ୍ବିକ ନାଏକ ୩୬ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟକୌଣସି ଖେଳାଳି ବଡ଼ ଯୋଗଦାନ ଦେଇନପାରିବାରୁ ଓଡ଼ିଶା ଆଗରେ ମାତ୍ର ୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଏହି ଲକ୍ଷକୁ ଓଡ଼ିଶା ବିନାକୌଣସି କ୍ଷତିରେ ହାସଲ କରିପାରିଥିଲା। ଦ୍ବିତୀୟ ପାଳିରେ ଓଡ଼ିଶାର ଏନ୍ ଭୂୟାଁ ୩, ରଘୁନାଥ ମଲ୍ଲ ୨, ନୀତିଶ ସାମନ୍ତରାୟ ୨ ଵିକେଟ୍ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ପାଳିରେ ଓଡ଼ିଶା ୩୬୮ ରନ୍ କରିଥିଲା ବେଳେ ଗୋଆ ୧୦୪ ରନ୍ରେ ସୀମିତ ରହି ଫଲୋଅନ୍ ଖେଳିଥିଲା।
କୁଚ୍ବେହାର ଟ୍ରଫିରେ ଓଡ଼ିଶାର ବିଜୟ ଅଭିଯାନ
/sambad/media/post_attachments/wp-content/uploads/2018/11/Untitled-7-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)