କୁଚବେହାର ଟ୍ରଫି: ଓଡ଼ିଶା ୨୮୧, ତାମିଲନାଡୁ ୨୧୩/୪

କଟକ: କୋଏମ୍ବାଟୁରର ଏସ୍‌ଏନ୍‌ଆର‌୍‌ କଲେଜ ପଡ଼ିଆରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିର ଦ୍ବିତୀୟ ଦିନ ଅନୀଲ ପରିଡ଼ାଙ୍କ ଦମ୍‌ଦାର ଶତକ ସତ୍ତ୍ବେ ଓଡ଼ିଶା ୨୮୧ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଜବାବରେ ତାମିଲନାଡୁ ଷ୍ଟମ୍ପ୍ସ ଅପସାରଣ ବେଳକୁ ୪ ଵିକେଟ ବିନିମୟରେ ୨୧୩ ରନ୍‌ କରିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୨୨୨/୪ରୁ ଓଡ଼ିଶା ଖେଳିଥିଲା। ଶତକର ନିକଟତର ହୋଇଥିବା ଅନୀଲ ପରିଡ଼ା ୩୦୭ ବଲ୍‌ରୁ ୧୭ ଚୌକା ଓ ୨ ଛକା ସହାୟତାରେ ୧୩୬ ରନ୍‌ ଓ ଆୟୁଷ ନାୟକ ୨୭ ରନ୍‌ରେ ଆଉଟ ହୋଇଥିଲେ। ନିମ୍ନକ୍ରମରେ ବଡ଼ ଯୋଗଦାନ ନମିଳିବାରୁ ଓଡ଼ିଶା ୧୧୮.୨ ଓଭରରେ ସମସ୍ତ ଵିକେଟ ହରାଇଥିଲା। ତାମିଲନାଡୁର ବିଦ୍ୟୁତ ବିଜୟ କୁମାର ୪, ପ୍ରସିଦ ଆକାଶ ୨ ଵିକେଟ ନେଇଥିଲେ। ଜବାବରେ ତାମିଲନାଡୁ ମଧ୍ୟ ପ୍ରାରମ୍ଭିକ ଝଟ୍‌କା ପାଇଥିଲା। ଆର‌୍‌ ରାମଚନ୍ଦ୍ରନ ୨୪, ସାଇ ସୁଦର୍ଶନ ୮ ରନ୍‌ରେ ଆଉଟ ହେବା ପରେ ପ୍ରଦୋଶ ପଲ୍‌ ଓ ଭୂପତି ମୁଥୁଙ୍କ ମଧ୍ୟରେ ୧୫୩ ରନ୍‌ର ଭାଗୀଦାରି ହୋଇଥିଲା। ଭୂପତି ୬୯ ରନ୍‌ରେ ଆଉଟ ହେବା ପରେ ରାମ ରାଜେନ୍ଦ୍ରନ୍‌ ଖାତା ଖୋଲିବା ଆଗରୁ ପାଭିଲିୟନ୍‌ ଫେରିଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ପ୍ରଦୋଶ (୯୯) ଓ ବିଦ୍ୟୁଥ ବିଜୟ କୁମାର (୪) ଅପରାଜିତ ଅଛନ୍ତି। ଓଡ଼ିଶାର ଅଙ୍କିତକର ଜୈସୁଵାଲ ୨, ସୁମନ କୁମାର ଦାସ ଓ ଆଶୁତୋଷ ଛୁରିଆ ଗୋଟିଏ ଲେଖାଏ ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର