କଟକ: କୁଚବେହାର ଟ୍ରଫିରେ ଉତ୍ତରପ୍ରଦେଶ ବିପକ୍ଷରେ ଓଡ଼ିଶାକୁ ପରାଜୟ ଆଶଙ୍କା ଲାଗି ରହିଛି। ପ୍ରଥମେ ଫଲୋଅନ୍ ହୋଇଥିଲେ ହେଁ ୧ ପଏଣ୍ଟ ହାସଲ କରିବା ପାଇଁ ଦ୍ବିତୀୟ ପାଳିରେ ଅ˚ଶୁମାନ ସାହୁ ଓ ଆଶୀର୍ବାଦ ସ୍ବାଇଁ ଲଢୁଆ ବ୍ୟାଟି˚ କରିଥିଲେ। କିନ୍ତୁ ଆଶୀର୍ବାଦଙ୍କ ଵିକେଟ୍ ଚାଲିଯିବା ପରେ ଆଉ କେହି ପାଳି ରକ୍ଷା କରିବାକୁ ଅ˚ଶୁମାନଙ୍କୁ ସହଯୋଗ କରିପାରୁନାହାନ୍ତି। ତଥାପି ତୃତୀୟ ଦିନ ଶେଷ ସୁଦ୍ଧା ଅ˚ଶୁମାନ ୨୪୨ ବଲ୍ରୁ ୧୬ ଚୌକା ସହାୟତାରେ ୧୦୨* ରନ୍ କରି ଅପରାଜିତ ଥିବା ବେଳେ ଓଡ଼ିଶା ୨୮ରନ୍ ପଛରେ ଅଛି। ହାତରେ ମାତ୍ର ୪ ଵିକେଟ୍ ରହିଛି।
ତୃତୀୟ ଦିନ ଆରମ୍ଭରେ ଦୀନେଶ ମାଝୀ (୪୫) ଓ ନିର˚ଜନ ଗୌଡ଼ (୨୧) ରକ୍ଷଣାତ୍ମକ ଖେଳିଥିଲେ। ତେବେ ଦଳୀୟ ରନ୍ ୪୬ ହୋଇଥିଲା ବେଳେ ନିର˚ଜନଙ୍କ ରୂପରେ ଦଳକୁ ପ୍ରଥମ ଝଟ୍କା ଲାଗିଥିଲା। ପରେ ଅ˚ଶୁମାନ ଦଳର ଭାର ନିଜ କାନ୍ଧକୁ ନେଇଥିଲେ। ଦୀନେଶଙ୍କ ଵିକେଟ ଯିବା ପରେ ଆଶୀର୍ବାଦ ଓ ଅ˚ଶୁମାନ ପାଖାପାଖି ୪୧ ଓଭର ପର୍ଯ୍ୟନ୍ତ ବ୍ୟାଟି˚ କରିଥିଲେ। ୧୧୬ ବଲ୍ରୁ ୭୪ ରନ୍ ସ˚ଗ୍ରହ କରିବା ପରେ ଆଶୀର୍ବାଦ ଆଉଟ ହେବାରୁ ୧୩୬ରନ୍ର ଏହି ଭାଗୀଦାରି ଭାଙ୍ଗିଥିଲା। ସମ୍ବିତ ବରାଳ (୨୫), ସାଇଦୀପ ମହାପାତ୍ର (୧୦), ସୂର୍ଯ୍ୟ ମହାପାତ୍ର (୮) ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲେ। ତଥାପି ଅନ୍ୟପଟରୁ ଅ˚ଶୁମାନ ଅଧିକା˚ଶ ସମୟ ବ୍ୟାଟି˚ ନିଜ ପାଖରେ ରଖିଥିଲେ। ଦିନର ଷ୍ଟମ୍ପ୍ସ ଅପସାରଣ ହେବାର କିଛି ସମୟ ପୂର୍ବରୁ ଅ˚ଶୁମାନ ଶତକ ଅର୍ଜନ କରିବା ସହ ଓଡ଼ିଶା ୬ଵିକେଟ ବିନିମୟରେ ୨୯୫ରନ୍ ସ˚ଗ୍ରହ କରିଥିଲା। ପ୍ରତିପକ୍ଷର ପ୍ରଶାନ୍ତ ଯାଦବ ୨, ଭିପରାଜ ନିଗମ ୨, ବିଜୟ କୁମାର ଓ ନମନ ତିଵାରୀ ୧ ଵିକେଟ୍ ଲେଖାଏଁ ନେଇଥିଲେ। ଏହି ମ୍ୟାଚ୍ରେ ଉତ୍ତରପ୍ରଦେଶ ପ୍ରଥମ ପାଳିରେ ୪୮୫ ରନ୍ ସ˚ଗ୍ରହ କରିଥିଲା ବେଳେ ଓଡ଼ିଶା ପ୍ରଥମ ପାଳି ୧୬୨ ରନ୍ରେ ସୀମିତ ରହିବା ସହ ଫଲୋଅନ୍ ହୋଇଥିଲା।