କୁଚ୍‌ବେହାର ଟ୍ରଫି: ଓଡ଼ିଶା ୧୨୭, ଆସାମ ୮୬/୧

କଟକ: ବୋସ୍‌ ପଡ଼ିଆରେ ଓଡ଼ିଶା ଓ ଆସାମ ମଧ୍ୟରେ କୁଚ୍‌ବେହାର ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନ ଘରୋଇ ଦଳ ପ୍ରଥମ ପା‌ଳି ୧୨୭ ରନ୍‌ରେ ସୀମିତ ହେବା ପରେ ସୋମବାରର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଆସାମ ୧ ଵିକେଟ୍‌ ବିନିମୟରେ ୮୬ ରନ୍‌ କରିଛି। ଅମନ ଛେତ୍ରୀଙ୍କୁ ୨୬ ରନ୍‌ରେ ବୀନିତ ମହାନ୍ତି ଆଉଟ କରିଥିଲା ବେଳେ ନିବିର ଡେକା ୪୪ ଓ ଦେନିଶ ଦାସ ୧୩ ରନ୍‌ କରି ଅପରାଜିତ ଅଛନ୍ତି। ପୂର୍ବରୁ ଟସ୍‌ ଜିତି ବ୍ୟାଟି˚ କରିଥିବା ଓଡ଼ିଶା ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଖାତା ଖୋଲିବା ପୂର୍ବରୁ ସ୍ବସ୍ତିକ ସାମଲ ଓ ବୀନିତ ମହାନ୍ତି ଆଉଟ୍‌ ହୋଇଥିଲା ବେଳେ ରଘୁନାଥ ମଲ୍ଲ ମଧ୍ୟ ମାତ୍ର ୭ ରନ୍‌ କରିଥିଲେ। ମଧ୍ୟକ୍ରମରେ ଆଦିତ୍ୟ ରାଉତ ୩୪, ଅନୀଲ ପରିଡ଼ା ୫୦, ଆୟୂଷ ନାୟକ ୧୯ ରନ୍‌ କରି ଦଳକୁ ୧୦୦ ପାର‌୍‌ କରାଇଥିଲେ। ନିମ୍ନକ୍ରମରେ ଆଖିଦୃଶିଆ ସହଯୋଗ ନ ମିଳିବାରୁ ଓଡ଼ିଶା ୧୨୭ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ସୁନୀଲ ଲଚିତ ୫, ଆକାଶ ଛେତ୍ରୀ ୩ ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର