କୁଚ୍‌ବେହାର ଟ୍ରଫି: ତ୍ରିପୁରା ୬୫: ଓଡ଼ିଶା ୧୨୫/୨

ବଲାଙ୍ଗୀର: ସୋମବାର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ‌ ଓଡ଼ିଶା-ତ୍ରିପୁରା ୧୯ ବର୍ଷରୁ କମ କୁଚ୍‌ବେହାର କ୍ରିକେଟ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍‌ ଜିତି ବୋଲିଂ ନେଇଥିବା ଓଡ଼ିଶା ଦଳ ତ୍ରିପୁରା ପ୍ରଥମ ପାଳିକୁ ମାତ୍ର ୬୫ ରନ୍‌ରେ ସଫା କରିଦେଇଥିଳେ। ଶେଖର ମାଝୀ ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ଊମେଶ ଯାଦବ ୩ ଓ ରଘୁନାଥ ମଲ୍ଲ ୨ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୧୨୫ ରନ୍ କରିଛି। ବିନିତ ମହାନ୍ତି (୫୩) ଓ ରଘୁନାଥ ମଲ୍ଲ (୬୧) ଅର୍ଧଶତକ ଜମାଇଥିଲେ।

ସମ୍ବନ୍ଧିତ ଖବର