କୁଚବେହାର ଟ୍ରଫି: ଆଦିତ୍ୟ ଜୟସି˚ହଙ୍କୁ ୫ ଵିକେଟ୍‌

କଟକ: ଆଦିତ୍ୟ ଜୟସି˚ହଙ୍କ ୫ ଵିକେଟ୍‌ ସଫଳତା ବଳରେ ପୁଣେରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ କୁଚବେହାର ଟ୍ରଫିର ପ୍ରଥମ ଦିନରେ ବିଦର୍ଭକୁ ଓଡ଼ିଶା ୩୫୫ ରନ୍‌ରେ ଅଟକାଇପାରିଥିଲା। ତେବେ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଓଡ଼ିଶା ବିନା କୌଣସି କ୍ଷତିରେ ୨୨ ରନ୍‌ ସ˚ଗ୍ରହ କରିଛି। ଦିନେଶ ମାଝୀ ୪* ଓ ସାରା˚ଶ କୁମାର ୧୭* ରନ୍‌ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଓଡ଼ିଶା ଟସ୍‌ ଜିତି ବୋଲି˚ କରିଥିଲା।

ବିଦର୍ଭର ସିଦ୍ଦେଶ କାଣ୍ଟୋଡେ (୨୨) ଓ ରୋହିତ ବିନକାର (୫୩)ଙ୍କୁ ଆଦିତ୍ୟ ଆଉଟ କରି ଓଡ଼ିଶାକୁ ବିଳମ୍ବରେ ହେଲେ ବି ପ୍ରାରମ୍ଭିକ ସଫଳତା ଦେଇଥିଲେ। ତେବେ ଅଭିଷେକ ଅଗ୍ରଵାଲ ୭୪, ଦାନିଶ ମାଲେଵର ୨୨, ଜୁବେରୋଦ୍ଦିନ୍‌ ୩୮ ଓ ଜଗଜ୍ୟୋତଙ୍କ ୮୨ ରନ୍‌ ସହଯୋଗରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଥିଲା। ଆଦିତ୍ୟ ୧୮.୨ ଓଭରରେ ୧ ମେଡେନ୍‌ ୮୪ ରନ୍‌ ଦେଇ ୫ ଵିକେଟ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ନିର˚ଜନ ଗୌଡ଼, ଆଶୁତୋଷ ଛୁରିଆ, ସୁଶୀଲ ବାରିକ, ଶ୍ରେଷ୍ଠ ସି˚ହ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ।

ସମ୍ବନ୍ଧିତ ଖବର