ସମ୍ବଲପୁର: ସମ୍ବଲପୁରରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍ବିହାର ଟ୍ରଫିରେ ଓଡ଼ିଶା କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛି। ସୌରାଷ୍ଟ୍ର ଏହି ମ୍ୟାଚ୍ରେ ୧୦ ଵିକେଟ୍ରେ ଘରୋଇ ଦଳକୁ ହରାଇ ବୋନସ ପଏଣ୍ଟ ପାଇଛି। ଓଡ଼ିଶା ପ୍ରଥମ ପାଳିକୁ ୧୧୨ ରନ୍ରେ ସଫା କରିଦେବା ପରେ ସୌରାଷ୍ଟ୍ର ୧୬୧ ରନ୍ କରି ୪୯ ରନ୍ର ପ୍ରଥମ ପାଳି ଅଗ୍ରଣୀ ପାଇଯାଇଥିଲା। ଏହାପରେ ସୌରାଷ୍ଟ୍ର ବୋଲରମାନେ ଓଡ଼ିଶା ଦ୍ବତୀୟ ପାଳିକୁ ୧୨୮ ରନ୍ରେ ସୀମିତ ରଖି ଦେଇଥିଲେ। ସତ୍ୟକାମ ଭରଦ୍ବାଜ ୩୫* ଓ ଆଦିତ୍ୟ ରାଉତ ୨୮ ରନ୍ କରିଥିଲେ। ଫଳରେ ସୌରାଷ୍ଟ୍ର ନିକଟରେ ୭୯ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ସିଦ୍ଧାନ୍ତ ରଣା ୩୯* ଓ ଜୟ ଗୋହିଲ ୩୬*ଙ୍କ ଅପରାଜିତ ପାଳି ବଳରେ ସୌରାଷ୍ଟ୍ର କୌଣସି ଵିକେଟ ନହରାଇ ମ୍ୟାଚ୍ ଜିତି ନେଇଥିଲା। ଓଡ଼ିଶା ଏହାପୂର୍ବରୁ ତାମିଲନାଡୁ, ବରୋଦା, ଜମ୍ମୁ କାଶ୍ମୀର ଓ ତ୍ରିପୁରାଠୁ ପରାସ୍ତ ହୋଇଥିଲା। ଓଡ଼ିଶା ଜାନୁଆରି ୪ ତାରିଖରେ ପରବର୍ତ୍ତୀ ମ୍ୟାଚ୍ରେ ଉତ୍ତରାଖଣ୍ତକୁ ଭେଟିବ।
କୁଚ୍ବିହାର ଟ୍ରଫି: ଓଡ଼ିଶାର ଲଗାତାର ପଞ୍ଚମ ପରାଜୟ
/sambad/media/post_attachments/wp-content/uploads/2019/12/fhf654h9sf8h7sf98h7465sfh4xf564h65xf4h65xf4h56xv4h65xf4h65fs4hshsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)