କଟକ: ପୁନେରେ ଚାଲିଥିବା କୁଚ୍ବେହାର ଟ୍ରଫିରେ ବିଦର୍ଭର ୩୫୫ ରନ୍କୁ ପିଛା କରିଥିବା ଓଡ଼ିଶା ଦ୍ବିତୀୟ ଦିନ ଷ୍ଟମ୍ସ ଅପସାରଣ ବେଳକୁ ୭ ଵିକେଟ ବିନିମୟରେ ୨୭୪ ରନ୍ କରିଛି। ଫଳରେ ହାତରେ ୩ ୱିକେଟ୍ ଥାଇ ଏବେ ବି ଓଡ଼ିଶା ୮୧ରନ୍ ପଛରେ ରହିଛି। ଓଡ଼ିଶା ଦ୍ବିତୀୟ ଦିନର ଖେଳରେ ୩୫ ରନ୍ରେ ସାରା˚ଶ କୁମାର (୨୧) ଓ ୫୫ ରନ୍ରେ ଦୀନେଶ ମାଝୀ (୨୧)ଙ୍କୁ ହରାଇଥିଲା। ମହମ୍ମଦ ସୋହେଲ ଖାନ୍ ରକ୍ଷଣାତ୍ମକ ଖେଳିଥିଲେ ବି ୬୦ ବଲ୍ରୁ ୨୪ ରନ୍ କରି ଆଉଟ୍ ହୋଇଥିଲେ।
ସମ୍ବିତ ବରାଳ (୬) ମଧ୍ୟ ଶସ୍ତାରେ ଆଉଟ ହୋଇଯିବାରୁ ଓଡ଼ିଶା ବିପର୍ଯ୍ୟୟ ମଧ୍ୟକୁ ଠେଲି ହୋଇଯାଇଥିଲା। ଏହି ସମୟରେ ଆଶୀର୍ବାଦ ସ୍ବାଇଁ ଓ ସାଇଦୀପ ମହାପାତ୍ର ପଞ୍ଚମ ଵିକେଟରେ ୮୫ ରନ୍ ଯୋଡ଼ି ଓଡ଼ିଶାକୁ ଉଦ୍ଧାର କରିଥିଲେ। ଉଭୟ ଅର୍ଧଶତକ ଅର୍ଜନ କରିବା ପରେ ଆଶୀର୍ବାଦ (୮୩) ନିଜ ଵିକେଟ ହରାଇଥିଲେ। ତେବେ ସାଇଦୀପ ଅନ୍ୟପଟରୁ ଛୋଟଛୋଟ ରନ୍ ବାହାର କରି ୮୬ ରନ୍ରେ ଅପରାଜିତ ରହିଛନ୍ତି। ନିର˚ଜନ ଗୌଡ଼ (୧୬*) ତାଙ୍କ ସହିତ ଅପରାଜିତ ଅଛନ୍ତି। ପ୍ରତିପକ୍ଷର ସଫଳ ବୋଲର ଭାବେ ଗୌରହ ଫର୍ଦ୍ଦେ ୪ ଵିକେଟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/15.jpg)