କୁଳମଣି ତ୍ରିପାଠୀ ସ୍ମାରକୀ ଚେସ୍‌: ହର୍ଷିତ ବିଜେତା

ଭୁବନେଶ୍ବର: ଏସ୍‌ଆର‌୍‌ ଚେସ୍‌ କେନ୍ଦ୍ର ପକ୍ଷରୁ କଟକ ଷ୍ଟେସନ ବଜାରସ୍ଥିତ ପୂର୍ବତଟ ରେଳବାଇ ପ୍ରତିଷ୍ଠାନରେ ଚାଲିଥିବା କୁଳମଣି ତ୍ରିପାଠୀ ସ୍ମାରକୀ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଷ୍ଟୁଆର୍ଟ ସ୍କୁଲର ହର୍ଷିତ ରଂଜନ ସାହୁ ସର୍ବାଧିକ ୭.୫ ପଏଣ୍ଟ୍‌ ପାଇ ବିଜେତା ହୋଇଥିବା ବେଳେ ସେହି ସ୍କୁଲର ଶ୍ରୀୟାଂଶ ଦାସ (୭) ଏବଂ କଟକ ସେଣ୍ଟ୍ ଯୋସେଫ୍‌ ବାଳିକା ହାଇସ୍କୁଲର ପଲକ ମହାପାତ୍ର (୭) ତୃତୀୟ ସ୍ଥାନ‌ ଦଖଲ କରିନେଇଛନ୍ତି। ଏସପି ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ୍‌, ଓମ୍ ଆଦିତ୍ୟ ଖାଡ଼ଙ୍ଗା, ପ୍ରିୟା˚ଶ ଦାସ, ଯଗଦୀଶ ବାରିକ, ପ୍ରତ୍ୟୁଷ ମହାପାତ୍ର (ସମସ୍ତେ ୬.୫ ପଏଣ୍ଟ), ନିଖିଲ ସାହୁ, ପ୍ରକୃତି ରାଉତ (ଉଭୟ ୬ ପଏଣ୍ଟ) ଯଥାକ୍ରମେ ଚତୁର୍ଥରୁ ଦଶମରେ ରହି ଟ୍ରଫି ଓ ପଦକ ପାଇଥିଲେ। ବିଭିନ୍ନ ବୟସ ବର୍ଗରେ ସାରାଂଶ ସାହୁ, ପ୍ରତୀକ ‌କୁଶଲ ରାଉତ, ସ୍ବସ୍ତିକ ଶୁଭମ ପଟ୍ଟନାୟକ, ବିଶ୍ବ ପ୍ରୀତ ରାୟ, ଶ୍ରୀୟାଂଶ ଦେ, ବିକାଶ କୁମାର ଲେଙ୍କା, ସ୍ଥିତପ୍ରଜ୍ଞ ସାହୁ, ସିଦ୍ଧାର୍ଥ ଭୂୟାଁ, ସୌରଭ କର ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସିଦ୍ଧାର୍ଥ ମିଶ୍ର ରେଳବାଇର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରୀମୟ ରାୟ ଆଚିଲ୍ସ ପବ୍ଲିକ ସ୍କୁଲର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲାପାଳ ଭବାନୀ ଶଙ୍କର ଚାୟାନୀ, ଏସସିବି ନ୍ୟୁରୋଲୋଜି ବିଭାଗ ସହକାରୀ ପ୍ରଫେସର ସୌମ୍ୟଦର୍ଶନ ନାୟକ, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜା ନାରାୟଣ ତ୍ରିପାଠୀ, ଓରିସ୍ପୋର୍ଟସ ଡଟ୍ କମ୍‌ ସମ୍ପାଦକ ସନାତନ ପାଣି, ଅଲ୍ ଓଡ଼ିଶା ଚେସ୍ ସଂଘ ସଭାପତି ଦେବାଶିଷ ସାମନ୍ତରାୟ, ଏସଆର୍ ଚେସ୍ କେନ୍ଦ୍ର ସଭାପତି ଶୁଭାଶିଷ ପଟ୍ଟନାୟକ, ନିର୍ଦେଶକ ସତ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଆର୍ବିଟର ତାପସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର