କଟକ: ଷ୍ଟେସନବଜାରସ୍ଥିତ ପୂର୍ବତଟ ରେଳବାଇ ପ୍ରତିଷ୍ଠାନରେ ଏସ୍ଆର୍ ଚେସ୍ କେନ୍ଦ୍ର ପକ୍ଷରୁ ଦ୍ବିତୀୟ କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଏହି ପ୍ରତିଯୋଗିତାରେ ୪୯ ଜଣ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ୧୨ ଜିଲ୍ଲାରୁ ମୋଟ ୨୧୮ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ୩ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୀର ଜଗଦୀଶ ବାରିକ ବାଳକ ଶୀର୍ଷ ମାନ୍ୟତା, ଭୁବନେଶ୍ବରର ସ୍ପପ୍ନିଲ ପ୍ରିୟଦର୍ଶୀ ଓ କଟକର ହର୍ଷିତ ର˚ଜନ ସାହୁ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ମାନ୍ୟତା ପାଇଛନ୍ତି। ପ୍ରଥମ ଦିନରେ ୩ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା ବେଳେ ୨୪ ଜଣ ମିଳିତ ଭାବେ ପୂର୍ଣ୍ଣ ପଏଣ୍ଟ୍ ପାଇ ଆଗୁଅ ଅଛନ୍ତି। ପୀୟୂଷ କୁମାର ସାହୁ, ପ୍ରତ୍ୟୁଷ ମହାପାତ୍ର, ସିଦ୍ଧାର୍ଥ ଭୂୟାଁ, ସାଇ ଅମ୍ରିତ ପରିଜା, ଜଗଦୀଶ ବାରିକ, ଶ୍ରୀୟା˚ଶ ଦାସ, ପ୍ରିୟା˚ଶ ଦାସ, ଓମ୍ ଆଦିତ୍ୟ ଖାଡ଼ଙ୍ଗା, ଆୟୁଷ ଆର୍ଯ୍ୟନ ମହାପାତ୍ର, ବିକାଶ କୁମାର ଲେଙ୍କା, ଋତୁପର୍ଣ୍ଣା ତ୍ରିପାଠୀ, ଅଞ୍ଜଳି ମିଶ୍ର, ପି ସାଇରୂପା, ଅନୁଜ ସୁବୁଦ୍ଧି, ଶ୍ରୀୟା˚ଶ ଦେ, ସାଇସ୍ବରୂପ ମିଶ୍ର, ବିଶ୍ବପ୍ରୀତ ଦେ, ରୁକ୍ମଣ କୁମାର ସାହୁ, ହର୍ଷିତ ର˚ଜନ ସାହୁ, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ, ପାଲକ ମହାପାତ୍ର, ପ୍ରକୃତି ରାଉତ, ପ୍ରତ୍ୟୁଷ ନାୟକ, ନିଖିଲ ସାହୁ ପୂର୍ଣ୍ଣ ୩ ପଏଣ୍ଟ ଲେଖାଏଁ ପାଇଛନ୍ତି। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ନିହାର ର˚ଜନ ସାସମଲ, ତାପସ କୁମାର ମହାନ୍ତି ପରିଚାଳନା କରିଥିଲା ବେଳେ ରବୀନ୍ଦ୍ର ଓଝା, ସତ୍ୟଜିତ ପଟ୍ଟନାୟକ, ପ୍ରଶାନ୍ତ ଜେନା, ପ୍ରଦୀପ ଜେନା, ପ୍ରଣବ ମହାନ୍ତି, ଅବିନାଶ ଦାସ, ମୋନାଲିସା ମହାନ୍ତି, ଲିପ୍ସା ଆଚାର୍ଯ୍ୟ, ଜାଗୃତି କର ପ୍ରମୁଖ ସହଯୋଗ କରୁଛନ୍ତି।
ଉଦ୍ଘାଟନ ସମାରୋହରେ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ପାର୍ବତୀ ସେଠୀ, ଏସ୍ଆର୍ ଚେସ କେନ୍ଦ୍ରର ଉପଦେଷ୍ଟା ନିଲମ କାଣ୍ଡୋଇ, କୁଳମଣି ତ୍ରିପାଠୀ ଫାଉଣ୍ଡେସନ୍ର ଅଧ୍ୟକ୍ଷ ସିଏ ରାଜାନାରାୟଣ ତ୍ରିପାଠୀ, ଏସ୍ଆର୍ ଚେସ୍ କେନ୍ଦ୍ର ସମ୍ପାଦକ ସତ୍ୟର˚ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକ ତପନ କୁମାର ସ୍ବାଇଁ, ଫଟୋ ସାମ୍ବାଦିକ ରାଜକିଶୋର ମହାନ୍ତି, ସିଡିଏ ଡିଏଭିର ଶାରୀରିକ ଶିକ୍ଷା ଶିକ୍ଷକ ଡକ୍ଟର ସରୋଜ କୁମାର ବ୍ରହ୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।