କୁଲଦୀପଙ୍କୁ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ମାନ୍ୟତା

ଦୁବା‌ଇ: ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତାଇ‌ବାରେ ପ୍ରମୁଖ ଭୂମିକା ତୁଲାଇଥିବା ଭାରତୀୟ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବଙ୍କୁ ମିଳିଛି ଜୀବନର ଶ୍ରେଷ୍ଠ ମାନ୍ୟତା। ସୋମବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବୋଲର ମାନ୍ୟତା‌ରେ ସେ ୧୪ଟି ସ୍ଥାନ ଉପରକୁ ଉଠି ୨୩ରେ ପହଞ୍ଚିଛନ୍ତି। ଏହି ଶୃଙ୍ଖଳାରେ କୁଲଦୀପ ୨ ମ୍ୟାଚ୍‌ରେ ୫.୬ ଇକୋନୋମିରେ ୫ ୱିକେଟ୍‌ ନେଇଥିଲା ବେଳେ ଭାରତ ୩-୦ରେ ଶୃଙ୍ଖଳା ବିଜୟୀ ହୋଇଥିଲା। ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ଭୁବନେଶ୍ବର କୁମାର (୧୯) ଶ୍ରେଷ୍ଠ ୨୦ରେ ସାମିଲ ଅଛନ୍ତି। ଯଶପ୍ରୀତ ବୁମ୍‌ରା ୫ ସ୍ଥାନ ଉପରକୁ ଉଠି ୨୧ରେ ରହିଛନ୍ତି। ‌ବ୍ୟାଟିଂରେ ରୋହିତ ଶର୍ମା ୩ ଏବଂ ଶିଖର ଧାୱନ୍‌ ୫ ସ୍ଥାନ ଲମ୍ଫ ଦେଇ ଯଥାକ୍ର‌େମ‌ ସପ୍ତମ ଓ ଶୋଡ଼ଷରେ ରହିଛନ୍ତି। ଦଳୀୟ ମାନ୍ୟତାରେ ପାକିସ୍ତାନ (୧୩୮ ପଏଣ୍ଟ୍‌) ଶୀର୍ଷ ଏବଂ ଭାରତ (୧୨୭ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ଅଛନ୍ତି।

ସମ୍ବନ୍ଧିତ ଖବର