କୁଳଦୀପଙ୍କୁ ପ୍ରଶଂସାର ସୁଅ: କୋହଲି-ଗାଭାସ୍କର ପରେ ଅଭିନନ୍ଦନ ଜଣାଇଲେ ସେର୍ଣ୍ଣ ଓ୍ଵାର୍ଣ୍ଣ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସ୍ପିନର କୁଳଦୀପ ଯାଦବଙ୍କୁ ପୂର୍ବରୁ ଏଭଳି ପ୍ରଶଂସା ମିଳି ନ ଥିବ। ଏହି ପ୍ରଶଂସାକୁ ଏଇଥି ପାଇଁ ଗୁରୁତ୍ୱ ଦିଆଯାଉଛି ଯେ, ବିଶ୍ୱର ଜଣାଶୁଣା ସ୍ପିନର ସେର୍ଣ୍ଣ ଓ୍ଵାର୍ଣ୍ଣ ଏହି ପ୍ରଶଂସା କରିଛନ୍ତି। ‘ଚାଇନାମ୍ୟାନ’ ଭାବେ ଜଣାଶୁଣା କୁଳଦୀପଙ୍କ ପ୍ରଶଂସା କରିବାକୁ ଯାଇ ସେର୍ଣ୍ଣ ଓ୍ଵାର୍ଣ୍ଣ ଟୁଇଟ କରିଛନ୍ତି, ଯଦି କୁଳଦୀପ ଧୈର୍ଯ୍ୟର ସହିତ କ୍ରିକେଟର ୩ଟି ଯାକ ଫର୍ମାଟରେ ବୋଲିଂ କରିବେ, ସେ ପାକିସ୍ତାନର ସ୍ପିନର ୟାସିର ସାହଙ୍କୁ ମଧ୍ୟ ମୁକାବିଲା କରିପାରିବେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନର ହେବାର ଗୁଣ ତାଙ୍କ ପାଖରେ ରହିଛି ବୋଲି ଓ୍ଵାର୍ଣ୍ଣ କହିଛନ୍ତି।

ପ୍ରାୟ ଗୋଟିଏ ବର୍ଷ ହେବ କୁଳଦୀପଙ୍କ ବୋଲିଂ ଷ୍ଟାଇଲକୁ ପୂରା ବିଶ୍ୱକୁ ଆକର୍ଷଣ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଅନେକ ଥର କୁଳଦୀପଙ୍କ ପ୍ରଶଂସା କରିଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନିକଟରେ କହିଥିଲେ ଯେ, କୁଳଦୀପଙ୍କ ସବୁଠାରୁ ବଡ଼ ଖାସିୟତ ହେଲା ଯେ, ସବୁବେଳେ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରନ୍ତି, ଯାହାକି ବ୍ୟାଟସ୍‌ମ୍ୟାନମାନଙ୍କୁ ଡରା ଲାଗିଥାଏ।

ସେର୍ଣ୍ଣ ଓ୍ଵାର୍ଣ୍ଣ ମଧ୍ୟ ଟୁଇଟ କରିଛନ୍ତି, ମୁଁ ଯେତେବେଳେ ଭାରତରେ ଥିଲି, କୁଳଦୀପ ସହିତ ଭେଟ ହୋଇଥିଲା। ଟିମ ଇଣ୍ଡିଆର ତତ୍କାଳୀନ କୋଚ ଅନୀଲ କୁମ୍ବଲେ ମୋ ସହିତ କୁଳଦୀପଙ୍କୁ ସାକ୍ଷାତ କରାଇଥିଲେ। କୁଳଦୀପର ବୋଲିଂ ଶୈଳୀ ମତେ ଖୁସିଲାଗୁଛି। ଅଷ୍ଟ୍ରେଲିଆ ବିରୋଧରେ ଭଲ ବୋଲିଂ କରୁଛନ୍ତି। ଚଳିତ ବର୍ଷ ଧର୍ମଶାଳା ଟେଷ୍ଟରେ ଡେବ୍ୟୁ କରିଥିବା କୁଳଦୀପ ଯାଦବ ନିଜର ପ୍ରଥମ ଶିକାର ଡାଭିଡ଼ ଓ୍ଵାର୍ଣ୍ଣରଙ୍କୁ କରିଥିଲେ। ନିଜର ପ୍ରଥମ ଟେଷ୍ଟ ଓ୍ଵିକେଟ ନେବା ପରେ କୁଳଦୀପ ଗଣମାଧ୍ୟମକୁ କହିଥିଲେ, ଓ୍ଵାର୍ଣ୍ଣରଙ୍କୁ ଆଉଟ କରିବାକୁ ଯେଉଁ ବଲ ଦେଇଥିଲି, ତାହା ଫ୍ଲିପର ଥିଲା। ସେ କହିଥିଲେ ଏହି ବୋଲିଂ ଶୈଳୀ ସେର୍ଣ୍ଣ ଓ୍ଵାର୍ଣ୍ଣଙ୍କ ଠାରୁ ଶିଖିଥିଲେ।

ସମ୍ବନ୍ଧିତ ଖବର