ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ପୂର୍ବରୁ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଶୁକ୍ରବାର ବୃନ୍ଦାବନରେ ପ୍ରାର୍ଥନା କରିଥିଲେ। ମା’ଙ୍କ ସହ ବୃନ୍ଦାବନର ବାଙ୍କ ବିହାରୀ ମନ୍ଦିରରେ ପ୍ରାର୍ଥନା କରୁଥିବା ଫଟୋକୁ ଟ୍ବିଟର୍‌ ପୃଷ୍ଠାରେ ଛାଡ଼ିବା ପରେ ତାଙ୍କୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷିତ ଦିନିକିଆ ଦଳରେ କୁଲଦୀପ ସୁଯୋଗ ପାଇଥିଲେ ମଧ୍ୟ ଟେଷ୍ଟ୍ ଦଳକୁ ଫେରିନାହାନ୍ତି।