ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ ଓ ଭାରତୀୟ କଚଟୀ ସ୍ପିନର କୁଲଦୀପ ଯାଦବଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଡାକ୍ତରଖାନା ଶଯ୍ୟାରେ ଥିବାର ଫଟୋ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି ସେ। ୟୁଏଇରେ ଆଇପିଏଲ୍-୨୦୨୧ ଖେଳିବାକୁ ଯାଇଥିଲା ବେଳେ କୁଲଦୀପଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଏଣୁ ତୁରନ୍ତ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଥିଲେ ସେ। ଅସ୍ତ୍ରୋପଚାର ପରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ରହି ଫିଟନେସ୍ ଫେରି ପାଇବାକୁ ଚେଷ୍ଟା କରିବେ କୁଲଦୀପ। ଏହି ବିଷୟରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ ଅସ୍ତ୍ରୋପଚାର ସଫଳ ରହିଲା। ଆରୋଗ୍ୟ ଲାଭ କରିବାର ଯାତ୍ରା ଏବେ ଆରମ୍ଭ ହେଲା। ନିଃସ୍ବାର୍ଥ ସମର୍ଥନ ଲାଗି ଆପଣମାନଙ୍କୁ ଧନ୍ୟବାଦ। ଏବେ ଥଇଥାନ କାର୍ଯ୍ୟକ୍ରମ ଶେଷ କରିବା ଉପରେ ଧ୍ୟାନ ଦେବି। ଜୀବନରେ ସବୁଠାରୁ ବେଶି ଭଲପାଉଥିବା କ୍ରିକେଟ୍ ପଡ଼ିଆକୁ ଫେରିବାକୁ ମୁଁ ବ୍ୟଗ୍ର।
କୁଲଦୀପଙ୍କ ସଫଳ ଅସ୍ତ୍ରୋପଚାର
/sambad/media/post_attachments/wp-content/uploads/2021/09/kuldeep.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)