କୁଲ୍‌ଦୀପ ଝାଡ଼ଖଣ୍ଡ କନିଷ୍ଠ ଦଳର ବୋଲିଂ ପ୍ରଶିକ୍ଷକ

ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳର ପୂର୍ବତନ ସଦସ୍ୟ ତଥା ରାଜଗାଙ୍ଗପୁର ବାସିନ୍ଦା କୁଲଦୀପ ଶର୍ମା ଝାଡ଼ଖଣ୍ଡ କନିଷ୍ଠ ଦଳର ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ନିଜ ସମୟରେ ଜଣେ ଡାହାଣହାତୀ ମଧ୍ୟମଗତି ବୋଲର ଥିବା କୁଲଦୀପଙ୍କୁ ଝାଡ଼ଖଣ୍ଡ କ୍ରିକେଟ୍‌ ସଂଘ ନିଜ ରାଜ୍ୟରୁ ପ୍ରତିଭାବାନ ବୋଲର ସୃଷ୍ଟି କରିବାର ଦାୟିତ୍ୱ ପ୍ରଦାନ କରିଛି। ୩୩ ବର୍ଷୀୟ କୁଲଦୀପ କିନ୍ତୁ ପ୍ରଶିକ୍ଷଣ ସହ ରାଞ୍ଚି ଏବଂ ରାଜଗାଙ୍ଗପୁରରେ କ୍ଲବ୍‌ କ୍ରିକେଟ୍‌ ଖେଳିବା ଜାରି ରଖିବେ। ୨୦୧୨ରେ ଏକ କ୍ଲବ୍‌ ସ୍ତରୀୟ ମ୍ୟାଚ୍‌ ବେଳେ ଗୁରୁତର ଆହତ ହେବା ପରେ କୁଲଦୀପଙ୍କ ପାଇଁ ଜାତୀୟ ଦଳର ପ୍ରତିନିଧିତ୍ୱ କରିବା ସ୍ୱପ୍ନ ମଉଳି ଯାଇଥିଲା। ଏହା ପୂର୍ବରୁ ସେ ଝାଡ଼ଖଣ୍ଡ କ୍ରିକେଟ୍‌ ସଂଘର କନିଷ୍ଠ ଦଳର ଚୟନକର୍ତା ଥିଲେ। ସେ ରାଜଗାଙ୍ଗପୁରର ଆଦର୍ଶ କ୍ଲବ୍‌ରେ ଖେଳ ଆରମ୍ଭ କରିଥିଲେ। ପରେ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ତରଫରୁ ରଣଜୀ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ।

ସମ୍ବନ୍ଧିତ ଖବର